ଫିଲ୍ମ 'କୋଇ ଜାନେ ନା' ସେଟ୍ ରୁ ସାମ୍ନା କୁ ଆସିଲା ଭିଡିଓ, ଏଲି ଆବ୍ରାହମଙ୍କ ସହ ଅମୀର ଖାନଙ୍କ ଜବରଦସ୍ତ ଡ୍ୟାନ୍ସ ଭିଡିଓ ଭାଇରାଲ

Published By : Prameya-News7 Bureau | February 04, 2021 IST

ମୁମ୍ବାଇ ୦୪/୦୨: ଅଭିନେତା ଅମୀର ଖାନ ନିଜର ଅପକମିଙ୍ଗ୍ ଫିଲ୍ମ 'କୋଇ ଯାନେ ନା' କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗତ କିଛି ଦିନ ତଳେ ଫିଲ୍ମର ସେଟ୍ ରୁ କିଛି ଫଟୋ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଅମୀର କ୍ରୁ ମେମ୍ବରଙ୍କ ଗାଲରେ କିସ୍ କରୁଥିବା ଦେଖାଯାଇଥିଲା । ଏବେ ଏହି ଫିଲ୍ମରୁ ଅମୀରଙ୍କର ଏକ ଡ୍ୟାନ୍ସ ଭିଡିଓ ସାମ୍ନା କୁ ଆସିଛି ।

{"id":403596,"sizeSlug":"large","linkDestination":"none"}

ଫିଲ୍ମରେ ଅମୀର, ଏଲି ଆବ୍ରାହମଙ୍କ ସହିତ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି । ଅମୀର ବ୍ଲାକ୍ କୋର୍ଟ ଆଉ କ୍ରିମ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏଲି ଗୋଲଡେନ୍ ଡ୍ରେସ ପିନ୍ଧିଥିବା ଦେଖା ଯାଇଛି । ବ୍ୟାକଗ୍ରାଉଣ୍ଡ ରେ ଗୀତ ମଧ୍ୟ ବାଜୁଛି । ଫ୍ୟାନ୍ସ ମାନେ ଏହି ଭିଡିଓକୁ ବେଶ ପସନ୍ଦ କରୁଛନ୍ତି ।

wp:html
/wp:html

ଏହି ଫିଲ୍ମରେ ଅମୀରଙ୍କର ବନ୍ଧୁ ଅମିନ ହାଜି ନିର୍ଦେଶନା ଦେଇଛନ୍ତି । କୁନାଲ କପୁର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ଏକ ସାଇକୋଲୋଜିକାଲ ଥ୍ରୀଲର ଫିଲ୍ମ । ଅମୀର ଏହି ଫିଲ୍ମ ରେ ଏଲି ଆବ୍ରାହମଙ୍କ ସହିତ 'ହରଫୋନମୋଲା' ଡ୍ୟାନ୍ସ ରେ ନଜର ଆସିବେ । ଯାହାର ଭିଡିଓ ଭାଇରଲ ଭାଇରାଲ ହେବାର ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.