Laal Singh Chaddha: ଭାରତରେ ବୟକଟ୍‌ ପାଇଁ ଦାବି, ପାକିସ୍ତାନରେ ରିଲିଜ୍‌ ପାଇଁ ହେଉଛି ପ୍ରସ୍ତୁତି !

Published By : Prameya-News7 Bureau | August 12, 2022 IST

ମୁମ୍ବାଇ ୧୨।୦୮: ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଖୁବ୍‌ ଚର୍ଚ୍ଚାରେ ଅଛି । ଏହି ଚଳଚ୍ଚିତ୍ର ରକ୍ଷାବନ୍ଧନରେ ଅର୍ଥାତ୍ ୧୧ ଅଗଷ୍ଟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା । ବହୁ ବର୍ଷର ପରିଶ୍ରମ ପରେ ଶେଷରେ ଫିଲ୍ମଟି ମୁକ୍ତିଲାଭ କରିଥିଲା । ଭାରତର ଅନେକ ସହରରେ ଏହି ଚଳଚ୍ଚିତ୍ରର ବୟକଟ୍ ଟ୍ରେଣ୍ଡ ପାଲଟିଛି। କିନ୍ତୁ ଖବର ଆସିଛି ଯେ ପାକିସ୍ତାନରେ ଫିଲ୍ମ ରିଲିଜ୍ ପାଇଁ ଯୋଜନା କରାଯାଉଛି ।

ଖବର ଅନୁଯାୟୀ ଅଗଷ୍ଟ ୧୧ରେ ଏହି ଫିଲ୍ମ ପାକିସ୍ତାନରେ ରିଲିଜ ହେବାର ଯୋଜନା ଥିଲା। କୁହାଯାଉଛି ଯେ ପାରାମାଉଣ୍ଟ ପିକ୍ଚର୍ସ ୱାର୍ଲ୍ଡଲାଇଡ୍ ଫିଲ୍ମ ରିଲିଜ୍ କରୁଛି । ଏଥିରେ ପାକିସ୍ତାନ ମଧ୍ୟ ଜଡିତ ଅଛି। ସିନେପ୍ୟାକ୍ସ ମିଡିଆ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର କହିଛନ୍ତି ଯେ ଆମେ ସୂଚନା ମନ୍ତ୍ରଣାଳୟ ସହିତ NOC ପାଇଁ ଆବେଦନ କରିଛୁ। ଯଦି ଏନଓସି ପ୍ରାପ୍ତ ହୁଏ ତେବେ ଫିଲ୍ମ ପାକିସ୍ତାନରେ ମଧ୍ୟ ମୁକ୍ତିଲାଭ କରିବ।

ତେବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଏବଂ ସିନ୍ଧ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଏଭଳି କଥାକୁ ଅସ୍ୱୀକାର କରିଛି। ଖବର ଅନୁଯାୟୀ, ସୂଚନା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ବିଶେଷ କରି ଲାଲ ସିଂ ଚଢାକୁ ନିଷେଧ କରାଯାଇଛି।
କହିବାକୁ ଗଲେ ୨୦୧୯ ମସିହାରୁ ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ । ଯଦି ଏହା ଘଟେ ତେବେ ୩ ବର୍ଷ ପରେ ଫିଲ୍ମ ପାକିସ୍ତାନରେ ମୁକ୍ତିଲାଭ କରିବ।

ହିନ୍ଦୁ ଆଉଟ୍‌ଫିଟ୍ ସନାତନ ରକ୍ଷକ ସେନାର ସଦସ୍ୟମାନେ ଉତ୍ତରପ୍ରଦେଶରେ ଫିଲ୍ମକୁ ବୟକଟ୍‌ ପାଇଁ ଡିମାଣ୍ଡ ଦାବି କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଏହା ମଧ୍ୟ କହିଛନ୍ତି ଯେ ସେମାନେ ଏହି ଚଳଚ୍ଚିତ୍ରକୁ ଭାରତରେ ଚାଲିବାକୁ ଦେବେ ନାହିଁ। ଏଥି ସହ ସେମାନେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.