ଅମୀର ଖାନ୍ କରି ନେଲେ କି ତୃତୀୟ ବିବାହ ! ଝିଅ ଇରା କଲେ ଖୁଲାସା...

Published By : Prameya-News7 Bureau | December 19, 2021 IST

ନୂଆଦିଲ୍ଲୀ୧୯।୧୨ : ବଲିଉଡ୍‌ର ପରଫେକ୍ସନିଷ୍ଟ ଅର୍ଥାତ୍ ଅମୀର ଖାନ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ 'ଲାଲ ସିଂ ଚଢା ପାଇଁ ଯେତିକି ଚର୍ଚ୍ଚାରେ ଅଛନ୍ତି । ସେତିକି ଆଉ ଏକ ଖବର ପାଇଁ ସେ ଆଲୋଚନାକୁ ଆସିଛନ୍ତି । ତେବେ ଗଣମାଧ୍ୟମ ଖବର ଅନୁଯାୟୀ ଶୁଣିବାକୁ ମିଳୁଛି କି ଅମୀର ତାଙ୍କ କୋ-ଷ୍ଟାର ଫାତିମା ସାନା ଶେଖଙ୍କୁ ବିବାହ କରିଛନ୍ତି। ଅମୀରଙ୍କ ଝିଅ ଇରା ଖାନଙ୍କ ଏକ ବିବୃତ୍ତିରେ ଏପରି କିଛି କହି ପ୍ରକାଶ କରିଛନ୍ତି । ଯାହା ପରେ ଅମୀର ଏବଂ ଫାତିମାଙ୍କ ସମ୍ପର୍କକୁ ନେଇ ପୁଣି ଆଲୋଚନାର ବିଷୟ ପାଲଟିଛି। ଏ ବିଷୟରେ ତେବେ ଅମୀର ଖାନ କିମ୍ବା ଫାତିମା କୌଣସି ପ୍ରକାରର ବିବୃତ୍ତି ଦେଇନାହାନ୍ତି । ଏହି ସମସ୍ତ ଖବର କ୍ରମାଗତ ଭାବରେ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ସୂଚନାଯୋଗ୍ୟ ଯେ ବାସ୍ତବରେ ଅମୀର ଖାନ ଏବଂ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓ ସେମାନଙ୍କ ଛାଡପତ୍ର ଘୋଷଣା କରିଥିଲେ। ଉଭୟେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ଉଭୟ ପାରସ୍ପରିକ ସହମତିରେ ଅଲଗା ହେଉଛନ୍ତି। ସେମାନେ ପରସ୍ପରଠାରୁ ଛାଡପତ୍ର ପାଇବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି, ସେମାନେ ନିଜ ପିଲା ଏବଂ କମ୍ପାନୀ ପାଇଁ ଏକାଠି କାମ କରିବେ। ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ସୋସିଆଲ ମିଡିଆ ୟୁଜର୍ସମାନେ କ୍ରମାଗତ ଭାବରେ ଛାଡପତ୍ରର କାରଣ ହେଉଛି ଫାତିମା ବୋଲି କହୁଛନ୍ତି। ଖବର ମଧ୍ୟ ଆସୁଥିଲା ଅଭିନେତା କିରଣଙ୍କଠାରୁ ଛାଡପତ୍ର ହେବା ପରେ ସେ ଫାତିମାଙ୍କୁ ବିବାହ କରିବେ। ସେହି ସମୟ ମଧ୍ୟରେ ଏହି ଖବରଟି ବହୁତ ଚର୍ଚ୍ଚିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆସିଥିବା ଅମୀରଙ୍କ ଝିଅ ଇରାଙ୍କ ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିବୃତ୍ତି ଆସିବା ପରେ ଅମୀରଙ୍କ ତୃତୀୟ ବିବାହ ଖବର ବିଷୟରେ ଖୁବ୍‌ ଆଲୋଚନା ଆରମ୍ଭ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରା ଖାନ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ପିତା ତାଙ୍କ ବୟସର ଝିଅକୁ ବିବାହ କରିଛନ୍ତି, ସେତେବେଳେ ସେ ଏହାକୁ ସମ୍ଭାଳି ପାରିବେ ନାହିଁ। ଇରାଙ୍କ ବିବୃତ୍ତି ବାହାରିବା ପରେ ଲୋକମାନେ ଅନୁମାନ କରୁଛନ୍ତି ଯେ ଅଭିନେତା ତୃତୀୟ ଥର ପାଇଁ ବିବାହ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଗୁପ୍ତ ରଖାଯାଇଛି । ତେବେ ଏ ବିଷୟରେ କୌଣସି ସତ୍ୟତା ଅଛି କି ନାହିଁ ତାହା ଫତିମା ଓ ଅମୀରଙ୍କ ଦ୍ବାରା ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.