OTTରେ ଟ୍ରେଣ୍ଡ କରୁଛି ‘ଲାଲ୍‌ ସିଂ ଚଢା’, ନେଟ୍‌ପ୍ଲିକ୍ସର ଗ୍ଲୋବାଲ ନମ୍ଵର ୨ରେ ରହିଛି ଫିଲ୍ମ

Published By : Prameya-News7 Bureau | October 14, 2022 IST

ମୁମ୍ଵାଇ ୧୪।୧୦: ଅମୀର ଖାନଙ୍କ 'ଲାଲ ସିଂ ଚଢା' ବର୍ଷର ଏକ ବଡ ଚଳଚ୍ଚିତ୍ର ଥିଲା। ହେଲେ ଏହା ବକ୍ସ ଅଫିସରେ ସମସ୍ତଙ୍କୁ ନିରାଶ କରିଥିଲା ​​। ଚଳଚ୍ଚିତ୍ର ବିଷୟରେ ଯେତିକି ଆଲୋଚନା କରାଯାଇଥିଲା, ପ୍ରଥମ ଦିନରେ ଏହା ସେତିକି ଧମାଲ କରି ନଥିଲା। ସମାଲୋଚକମାନଙ୍କ ଠାରୁ ମଧ୍ୟ ମିଶ୍ରିତ ପ୍ରତିକ୍ରିୟା ପାଇଥିବାବେଳେ ୧୦୦ କୋଟି ଟଙ୍କା କଲେକସନ୍‌ କରିପାରି ନଥିଲା। କଲେକସନ ଦୃଷ୍ଟିରୁ ଏହା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରି ନାହିଁ। OTT ପ୍ଲାଟଫର୍ମକୁ ଆସିବା ମାତ୍ରେ ଏହା ଏକ ହିଟ୍ ହୋଇପାରିଛି। କେବଳ ଏତିକି ନୁହେଁ, ଏହା ୱାର୍ଲ୍ଡ ୱାଇଡ୍‌ରେ ଟ୍ରେଣ୍ଡ ରହିଛି।

ଚଳିତ ମାସ ଆରମ୍ଭରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା 'ଲାଲ ସିଂ ଚଢା' ବିଳମ୍ବିତ ରାତିରେ OTT ରେ ପ୍ରିମିୟର ହୋଇଥିଲା। ଫିଲ୍ମ ଦେଖିବାକୁ ଦର୍ଶକ ହୁଏତ ପ୍ରେକ୍ଷାଳୟରେ ପହଞ୍ଚି ନଥାଇ ପାରନ୍ତି, କିନ୍ତୁ ଓଟିଟିରେ ଏହାକୁ ତୀବ୍ର ଦେଖାଯାଉଛି । ଷ୍ଟ୍ରିମିଂ ପ୍ଲାଟଫର୍ମ ଅନୁଯାୟୀ ଏହା ଭାରତର ନେଟଫ୍ଲିକ୍ସର ଏକ ନମ୍ବର ଚଳଚ୍ଚିତ୍ର ଏବଂ ଏକ ଅଣ-ଇଂରାଜୀ ଭାଷାରେ ସର୍ବଭାରତୀୟ ସ୍ତରରେ୨ ନମ୍ବର ଚଳଚ୍ଚିତ୍ର ହୋଇପାରିଛି।

ଷ୍ଟ୍ରିମିଂ ଆରମ୍ଭରୁ ଏହା ୬.୬୩ ମିଲିୟନ ଘଣ୍ଟା ପର୍ଯ୍ୟନ୍ତ ଦେଖାଯାଇଛି। କେବଳ ଭାରତରେ ନୁହେଁ, ଫିଲ୍ମ ବିଦେଶରେ ମଧ୍ୟ ଲୋକପ୍ରିୟ ବୋଲି ପ୍ରମାଣିତ ହୋଇଥିଲା । ନେଟଫ୍ଲିକ୍ସ ଅନୁଯାୟୀ ଏହି ଚଳଚ୍ଚିତ୍ର ମରିସସ୍, ବାଂଲାଦେଶ, ସିଙ୍ଗାପୁର, ବହାରିନ, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ବିଶ୍ଵର ଶ୍ରେଷ୍ଠ ୧୦ ଫିଲ୍ମ ତାଲିକାରେ ସ୍ଥାନ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.