oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

‘ଲାଲ୍ ସିଂହ ଚଡ୍ଡା’ର ଅସଫଳତାକୁ ନେଇ ସଦମାରେ ଆମୀର ଖାନ୍, ମିଷ୍ଟର ପରଫେକସନିଷ୍ଟ ନେଲେ ଏହି ବଡ଼ ପଦକ୍ଷେପ

16/08/2022 at 3:07 PM

ମୁମ୍ବାଇ 16/08 :  ବଲିଉଡରେ ମିଷ୍ଟର ପରଫେକସନିଷ୍ଟ ଆମୀର ଖାନ୍।  ଯେବେ ଯେଉଁ ବି ଫିଲ୍ମ କରନ୍ତି ଜି ଜାନ୍ ଲଗେଇ ଦିଅନ୍ତି। ତାଙ୍କ ସ୍କ୍ରିପ୍ଟିଂଠୁ ନେଇ ନିର୍ଦ୍ଦେଶନା,  ଗୀତ ଓ ଅଭିନୟ ପର୍ଯ୍ୟନ୍ତ ସବୁଥିରେ ସେ ଶହେ ପ୍ରତିଶତ ଦିଅନ୍ତି। ଫିଲ୍ମ ପ୍ରମୋସନ ଷ୍ଟ୍ରାଟେଜିରେ ବି ତାଙ୍କର ବିଶେଷ ଯୋଗଦାନ ରହିଛି।  ମିଷ୍ଟର ପରଫେକସନିଷ୍ଟଙ୍କ କାମ ଏବେ ଇମପରଫେକ୍ଟ ହୋଇଯାଇଛି। ସୁପର ଡୁପର ହିଟ୍ ଫିଲ୍ମ ଦେଉଥିବା ଆମୀର କିଛି ସମୟ ହେବ ପାଇ ପାରୁ ନାହାନ୍ତି ସଫଳତା ।  ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ଫ୍ଲପ୍ ହେବା ପରେ ସେ ‘ଲାଲ୍ ସିଂହ ଚଡ୍ଡା’ରେ ପୁଣି ହିଟ୍ ଆଶାରେ କମ୍ ବ୍ୟାକ୍ କରିଥିଲେ ଆମୀର। ଫିଲ୍ମ ତିଆରିରେ ଦୀର୍ଘ ଦିନ ସମୟ ଲାଗିଥିଲା । ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ୍’ ର ରାଇଟ୍ସ କିଣିବାକୁ ଖୁବ୍ ପରିଶ୍ରମ କରିଥିଲେ।  ଆଉ ଫିଲ୍ମ ବନେଇବାକୁ ଖୁବ୍ ଝାଳ ବୁହାଇବାକୁ ପଡ଼ିଥିଲା।  କିନ୍ତୁ ଫିଲ୍ମ 5 ଦିନରେ କମାଇଛି ପାଖାପାଖି 48 କୋଟି ଟଙ୍କା।  ଏବେ କିଛି ସ୍ୱତ୍ରରୁ ଜଣା ପଡ଼ିଛି ଆମୀରଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିପାରି ନାହିଁ। ଯେଉଁଥିପାଇଁ ସେ ଏବେ ଚିନ୍ତାରେ। ତେଣୁ ସେ ଡିଷ୍ଟ୍ରବ୍ୟଟର୍ସଙ୍କୁ ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବଲିଉଡ୍ ହଙ୍ଗାମା ରିପୋର୍ଟ ଅନୁସାରେ ଆମୀର ଖାନ୍ ଓ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ନିକଟତର ବନ୍ଧୁ କହିଛନ୍ତି ଯେ,  ଆମୀର ଖାନ ଏବେ ସଦମାରେ ଅଛନ୍ତି। ଦର୍ଶକ ଫିଲ୍ମ କୁ ବୟକଟ୍ କରିବା, ତାଙ୍କୁ ଖୁବ୍ ପ୍ରଭାବିତ କରିଛି। ସେ ଫିଲ୍ମକୁ ଖୁବ୍ ଯତ୍ନର ସହ ବନେଇଥିଲେ। ଆଉ ଫିଲ୍ମର ଅସଫଳତାର ପୂରା ଦାୟିତ୍ୱ ନେଇଥିଲେ। ତେଣୁ ଡିଷ୍ଟ୍ରିବ୍ୟୁଟର୍ସଙ୍କର ହୋଇଥିବା କ୍ଷତିର ଭରପାଇ କରିବେ ଆମୀର।

ସୂଚନାନୁସାରେ  ଅଦୈତ ଚନ୍ଦନ ନିର୍ଦ୍ଦେଶିତ ଆମୀର ଖାନଙ୍କ ‘ଲାଲ ସିଂହ ଚଡ୍ଡା’ ଗୁରୁବାରକୁ 11.7 କୋଟି, ଶୁକ୍ରବାରକୁ 7.26 କୋଟି, ଶନିବାରକୁ 9 କୋଟି, ରବିବାରକୁ 10 କୋଟି ଓ 15 ଅଗଷ୍ଟ ଅର୍ଥାତ  ସୋମବାରକୁ କରିଛି 8ରୁ 9 କୋଟି ଟଙ୍କାର ବ୍ୟବସାୟ ।

 ଏମିତି ଫିଲ୍ମ  ପାଖାପାଖି 48 ରୋଟିର କାରବାର କରିଛି। ଫିଲ୍ମରେ ଆମୀର ଖାନଙ୍କ ବ୍ୟତିତ କରୀନା କପୁର, ମୋନା ସିଂହ ଓ ନାଗା ଚୈତନ୍ୟ ଲିଡ୍ ରୋଲରେ ଅଛନ୍ତି।

   Related Posts