ଛାଡପତ୍ର ପରେ ପ୍ରଥମ ଥର ଏକାଠି ନଜର ଆସିଲେ ଅମୀର-କିରଣ: ଫଟୋ ଦେଖି ଖୁସିରେ ନାଚି ଉଠିଲେ ସାମନ୍ଥା ଆକ୍କିନେନି

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭: ବଲିଉଡର ସୁପରଷ୍ଟାର ଅମୀର ଖାନ କିଛି ଦିନ ପୂର୍ବରୁ ତାଙ୍କର ଦ୍ୱିତୀୟ ପତ୍ନୀ କିରଣ ରାଓଙ୍କ ସହ ଛାଡପତ୍ର ଘୋଷଣା କରି ପୁରା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଚକିତ କରିଥିଲେ।  ବିବାହର ୧୫ ବର୍ଷ ପରେ ଅମୀର ଖାନ ଏବଂ କିରଣ ରାଓ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ଅମୀର ଖାନଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାଡପତ୍ର ଘୋଷଣା ପରେ ବଲିଉଡର ସୁପରଷ୍ଟାର ଅମୀର ଖାନ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଢାର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ଷ୍ଟାର ତାଙ୍କ ଫିଲ୍ମର ଟିମ୍ ସହିତ ସୁଟିଂ ପାଇଁ ଲଦାଖକୁ ଯାଇଥିଲେ। ଏବେ ସୋସିଆଲ ମିଡିଆରେ ଫିଲ୍ମ ଷ୍ଟାର ଆମୀର ଖାନ ଏବଂ କିରଣ ରାଓଙ୍କ ଫଟୋ ସାମ୍ନାକୁ ଆସିଛି।

wp:html
/wp:html

ଛାଡପତ୍ର ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବା ଅମୀର ଖାନ ଏବଂ କିରଣ ରାଓଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଅମୀର ଖାନଙ୍କୁ ସେନା ୟୁନିଫର୍ମରେ ଦେଖିବାକୁ ମିଳିଛି । ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ସହ ପୋଜ୍ ଦେଇଥିବା ନଜର ଆସିଛନ୍ତି। ଏହି ଫଟୋକୁ ସାଉଥ୍ ଫିଲ୍ମ ଷ୍ଟାର ନାଗା ଚୈତନ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସାଉଥ୍ ଫିଲ୍ମ ଅଭିନେତ୍ରୀ ସାମନ୍ଥା ଆକ୍କିନେନି ଅମୀର ଖାନ ଏବଂ କିରଣ ରାଓଙ୍କ ସହ ନାଗା ଚୈତନ୍ୟଙ୍କ ଏହି ଫଟୋ ଦେଖିବା ପରେ ବହୁତ ଖୁସି ହୋଇଯାଇଛନ୍ତି । ଅଭିନେତ୍ରୀ ତୁରନ୍ତ ତାଙ୍କ ସ୍ୱାମୀ ନାଗା ଚୈତନ୍ୟଙ୍କ ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୁନଃ ପୋଷ୍ଟ କରିଛନ୍ତି। ଅମୀର ଖାନଙ୍କ ସହ ନାଗା ଚୈତନ୍ୟଙ୍କ ଏହି ଫଟୋ ଉପରେ କମେଣ୍ଟ ଦେଇ ଅଭିନେତ୍ରୀ ଲେଖିଛନ୍ତି ୟେ, ୟେ, ୟେ, ଧନ୍ୟବାଦ।

ସାଉଥ୍ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଅମୀର ଖାନଙ୍କ ପ୍ରଡକ୍ସନ୍ ଅଧୀନରେ ନିର୍ମିତ ଏହି ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମରେ ନାଗା ଚୈତନ୍ୟ ଅମୀର ଖାନଙ୍କ ବନ୍ଧୁ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚରିତ୍ରଟି ନାଗା ଚୈତନ୍ୟଙ୍କ ପୂର୍ବରୁ ତାମିଲ ଷ୍ଟାର ବିଜୟ ସେତୁପତୀଙ୍କୁ ପ୍ରଦାନ କରାଯାଇଥିଲା । କୌଣସି କାରଣରୁ ସେ ଏହି ଫିଲ୍ମର ଅଂଶ ହୋଇପାରିନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.