ଖୁବ୍ ଶୀଘ୍ର ବିବାହ କରିବେ ଅମୀର-ଫାତିମା ! ଟ୍ଵିଟ୍ କରି କହିଲେ ଏହି ଅଭିନେତା
26/05/2023 at 9:15 AM

ମୁମ୍ଵାଇ ୨୬।୦୫: ବଲିଉଡ ମିଷ୍ଟର ପରଫେକ୍ଟନିଷ୍ଟ ଅମୀର ଖାନ । ତାଙ୍କ ପର୍ସନାଲ ଲାଇଫ୍କୁ ଅନେକ ଚର୍ଚ୍ଚା ଲାଗି ରହିଛି। ଅମୀର ଖାନ ଏବଂ ଫାତିମା ସାନା ଶେଖଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଫାତିମା ଏବଂ ଅମୀର ଖାନ ପିକେଲବଲ ଖେଳ ଖେଳୁଥିବା ନଜର ଆସିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ବର୍ତ୍ତମାନ ଅଭିନେତା କେ.ଆର.କେ ଅର୍ଥାତ୍ କମଲ ଆର ଖାନ ଅମୀର ଖାନ ଏବଂ ଫାତିମାଙ୍କ ସମ୍ପର୍କ ଏବଂ ସେମାନଙ୍କ ବିବାହ ସମ୍ପର୍କରେ ଟ୍ୱିଟ କରିଛନ୍ତି।
Breaking News:- Aamir Khan is going to get married with his daughter’s age Fatima Sana Shaikh soon. Aamir Khan is dating Sana from the time of their film #Dangal.
— KRK (@kamaalrkhan) May 25, 2023
ତାଙ୍କ ଟ୍ୱିଟ୍ ଜରିଆରେ ଅମୀର ଖାନ ଏବଂ ଫାତିମାଙ୍କ ସମ୍ପର୍କକୁ ନେଇ KRK ଖୋଳତାଡ଼ କରିଛନ୍ତି। ଅଭିନେତା ଟ୍ୱିଟ୍ କରି କହିଛନ୍ତି ଯେ ବ୍ରେକିଙ୍ଗ୍ ନ୍ୟୁଜ୍- ଅମୀର ଖାନ୍ ଖୁବ୍ ଶୀଘ୍ର ତାଙ୍କ ରିଲ୍ ଝିଅ ଫାତିମା ସାନା ଶେଖଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଦଙ୍ଗଲ ଚଳଚ୍ଚିତ୍ରରୁ ଅମୀର ସାନାଙ୍କୁ ଡେଟ କରୁଛନ୍ତି। କିଛି ବର୍ଷ ପୂର୍ବେ କରଣ ଜୋହରଙ୍କ ଶୋ’ରେ ଫାତିମା ଏବଂ ଅମୀରଙ୍କ ସମ୍ପର୍କର ଖବର ସାମ୍ନାକୁ ଆସିଥିଲା। ସେବେଠାରୁ କଳ୍ପନା ଜଳ୍ପନା କରାଯାଉଛି ଯେ ଉଭୟ ତାରକା ପରସ୍ପରକୁ ଡେଟ୍ କରୁଛନ୍ତି। ଏହା ପଛର ରହସ୍ୟ କେବଳ ଅମୀର ଏବଂ ଫାତିମା ଜାଣିଛନ୍ତି।
କହିବାକୁ ଗଲେ ଫାତିମା ପ୍ରଥମେ ଅମୀରଙ୍କ ସହ ଦଙ୍ଗଲ ଫିଲ୍ମରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅମୀରଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ଦୁହେଁ ଥଗ୍ସ ଅଫ୍ ହିନ୍ଦୁସ୍ତାନରେ ଅଭିନୟ କରିଥିଲେ। ଏହି ବଡ ବଜେଟ୍ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା ।