ଝାରଖଣ୍ଡ : ବିଧାନସଭା ନିର୍ବାଚନରେ ୪୦ ଆସନରୁ ଲଢିବ ଆମଆଦମୀ ପାର୍ଟି, ଅନୁମତି ଦେଲେ କେଜରୀୱାଲ

Published By : Prameya-News7 Bureau | November 06, 2019 IST

ରାଞ୍ଚୀ: ଗତ ସେପ୍ଟେମ୍ବରରେ ଝାରଖଣ୍ଡ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଡ. ଅଜୟ କୁମାର ରାଜ୍ୟ ଆମଆଦମୀ ପାର୍ଟିରେ ଯୋଗଦେଇଥିଲେ। ସେତେବେଳେ ରାଜ୍ୟ ରାଜନୀତିରେ କରାଯାଉଥିବା ପରିବର୍ତ୍ତନର ଆଶଙ୍କା ଏବେ ସାକାର ହେବାକୁ ଯାଉଛି। ଝାରଖଣ୍ଡ ବିଧାନସଭା ନିର୍ବାଚନରେ ଆମଆଦମୀ ପାର୍ଟି ରାଜ୍ୟର ସମସ୍ତ ୪୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେବ। ଏଥିଲାଗି ଦଳର ଜାତୀୟ ଆବାହକ ଅରବିନ୍ଦ କେଜରୀୱାଲଙ୍କ ଅନୁମତି ମିଲିଛି। 

{"id":179888}

ନିର୍ବାଚନ ଲାଗି ପାର୍ଟି ଏବେ ପ୍ରାର୍ଥୀଚୟନ ପ୍ରକ୍ରିୟା ଚଳାଇଥିବା ବେଳେ ଖୁବ୍ ଶୀଘ୍ର ତାଲିକା ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି। ଗତ ସେପ୍ଟେମ୍ବରରେ ଡ. ଅଜୟ କୁମାର ‘ଆପ’ରେ ଯୋଗଦେବା ବେଳେ ରାଜ୍ୟର  ରାଜନୈତିକ ସମୀକରଣ ଉପରେ ପ୍ରଭାବ ପଡିବ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଥିଲେ। ହେଲେ ସମୀକରଣ ବଦଳୁକି ନ ବଦଳୁ କିନ୍ତୁ ଆମ ଆଦମୀ ପାର୍ଟି ରାଜ୍ୟ ଶାଖା କିନ୍ତୁ ସକ୍ରିୟ ହୋଇପାରିଥିବା ପାର୍ଟିର ନିର୍ବାଚନ ପ୍ରସ୍ତୁତିରୁ ଆକଳନ କରାଯାଉଛି।

{"id":179889}

ନିର୍ବାଚନ ଲାଗି ପାର୍ଟିର ପ୍ରତ୍ୟାସୀମାନେ ଏବେ ବୁଥ ସ୍ତରୀୟ କମିଟି କରି କାର୍ଯ୍ୟକର୍ତ୍ତାମାନଙ୍କର ତାଲିକା ନିର୍ବାଚନ ଅଭିଯାନ ସମିତିକୁ ପଠାଉଥିବା ବେଳେ ସମିତି ସେ ସବୁର ଅନୁଧ୍ୟାନ କରୁଛନ୍ତି। ସେହିପରି ପ୍ରାର୍ଥୀମାନେ ନିଜନିଜ ନିର୍ବାଚନମଣ୍ଡଳୀରେ ଏବେଲଗାତାପ ବିଧାନସଭା ସମ୍ମିଳନୀ କରୁଥିବା ମଧ୍ୟ ଦେଖାଯାଉଛି। ତେବେ ତଥ୍ୟାଭିଜ୍ଞ ମହଲର ସୂଚନା ଅନୁସାରେ ପାର୍ଟି ରାଜ୍ୟର ସମସ୍ତ ୪୦ ଆସନ ନ ହେଲେ ମଧ୍ୟ  ୩୦ଟି ଆସନରେ ନିଶ୍ଚିତ ପ୍ରାର୍ଥୀ ଛିଡା କରିବ। ଏଥିଲାଗି ପାର୍ଟିର ଜାତୀୟ ଯୁଗ୍ମ ସଙ୍ଗଠନ ସଚିବ ଅଙ୍କୁଶ ନାରଙ୍ଗଙ୍କ ସମେତ ଜାତୀୟ ରାଜନୈତିକ ବ୍ୟାପାର କମିଟି ଓ ଦଳର ଜାତୀୟ ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ନିର୍ବାଚନରେ ଦଳର ଜୋରଦାର ପ୍ରତିଦ୍ୱନ୍ଦ୍ୱୀତାକୁ ସମ୍ମତି ଜଣାଇସାରିଥିବାରୁ ରାଜ୍ୟରେ ଏବେ ଆପର ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.