ଦିଲ୍ଲୀରେ ପୁଣି ଆପ୍ ସରକାର ! ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀ ଭୋଟରଙ୍କ ମୁଡ୍ କହିଲା ସର୍ଭେ

Published By : Prameya-News7 Bureau | January 08, 2020 IST

ନୂଆଦିଲ୍ଲୀ ୦୮/୦୧- ଫେବୃଆରୀ  ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ହେବ । ରାଜ୍ୟର ମୋଟ ୭୦ ଆସନରେ ମତଦାନ ହେବ ଏବଂ ଫେବୃଆରୀ ୧୧ ରେ ହେବ ଗଣତି ।ଏଥିନେଇ  ପ୍ରବଳ ଥଣ୍ଡାରେ ବି ଦିଲ୍ଲୀ ରାଜନୀତ ବେଶ୍ ଉସ୍ମ ।  ପ୍ରଥମଥର ଲାଗି ଦିଲ୍ଲୀରେ ଏକ ଅନନ୍ୟ ଲଢେଇ ହେବାକୁ ଯାଉଛି । ସିଏମ୍‌ ଭର୍ସେସ୍‌ ପିଏମ୍‌ । ଅର୍ଥାତ ଅରବିନ୍ଦ କେଜରିୱାଲ ବନାମ ନରେନ୍ଦ୍ର ମୋଦି । ଦୌଡରେ ଅଛି ବି କଂଗ୍ରେସ । ତେବେ ଗତ ସାଧାରଣ ନିର୍ବାଚନ ପରଠୁ ଏପରିକି ୨୦୧୫ ବିଧାନସଭା ନିର୍ବାଚନ ପରଠୁ କଂଗ୍ରେସର ସେପରି କିଛି ଆଖିଦୃଶିଆ ଶକ୍ତି ବୃଦ୍ଧିର ସଂକେତ ନାହିଁ । ଏସବୁ ଭିତରେ କିନ୍ତୁ ନିର୍ବାଚନ ପ୍ରଚାରରେ, କେଜରିୱାଲଙ୍କ ଆମ ଆଦମି ପାର୍ଟି ଲାଗି ଜୋଶ୍‌ ଦେଇଛି ଏକ ପ୍ରାକ୍‌ ନିର୍ବାଚନୀ ସର୍ଭେ । ଆଇଏଏନ୍‌ଏସ୍‌/ ସି-ଭୋଟର ଦିଲ୍ଲୀ ଟ୍ରାକର ସର୍ଭେ ରାଜ୍ୟରେ ଆମ ଆଦମି ପାର୍ଟି  ପୁଣି ସରକାର ଗଢିବ ବୋଲି କହୁଛି । ୨୦୧୫ ର ସଫଳତା ରିପିଟ  କରିବ ଆପ୍‌ । କିନ୍ତୁ ଦଳର ଆସନ ସଂଖ୍ୟା କମିବ ।ସେପଟେ ୨୦୧୮ ଲୋକସଭା ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନ ଜିତିଥିଲେ ବି ବିଜେପି ସେହି ଦବଦବା ବିଧାନସଭା ଭୋଟରେ ଦେଖାଇପାରିବନାହିଁ ବୋଲି କହୁଛି ପ୍ରାକ୍ ନିର୍ବାଚନ ସର୍ଭେ ।

{"id":208573,"sizeSlug":"large"}

ଆଇଏଏନ୍ଏସ୍/ ସି-ଭୋଟର ଦିଲ୍ଲୀ ଟ୍ରାକର ସର୍ଭେ ଅନୁଯାୟୀ ଆମ ଆଦମି ପାର୍ଟି ୫୯ ୬୪ ଆସନ ପାଇପାରେ ।ଆପ୍‌ର ଭୋଟ ପ୍ରତିଶତ ୫୩.୩ ପ୍ରତିଶତ ରହିବ ବୋଲି କହୁଛି ସର୍ଭେ । ତେବେ ୨୨ ବର୍ଷ ହେଲା ଦିଲ୍ଲୀରେ କ୍ଷମତାରେ ନଥିବା ବିଜେପି  ଏଥର ପ୍ରାଧାନମନ୍ତ୍ରୀଙ୍କୁ ଅସ୍ତ୍ର କରି ନିର୍ବାଚନ ଲଢୁଥିଲେ ବି ସେପରି କିଛି ବଡ଼ ସଫଳତା ହାସଲ କରିବାର ସମ୍ଭାବନା କହୁନି ସର୍ଭେ । ବିଜେପିର ଭୋଟ ପ୍ରତିଶତ ୨୫.୯ ରହିବ , କିନ୍ତୁ ଦଳକୁ ୮ ଟି ବିଧାନସଭା ଆସନ ମିଳିପାରେ ବୋଲି କହୁଛି ଆଇଏଏନ୍ଏସ୍/ ସି-ଭୋଟର ଦିଲ୍ଲୀ ଟ୍ରାକର ସର୍ଭେ ।ସେହିପରି କଂଗ୍ରେସ ର ଭୋଟ ୪.୯ ପ୍ରତିଶତ ରହିବ ଷ ଏବଂ ଦଳ ୪ ଟି ଆସନରେ ସୀମିତ ରହିବ ବୋଲି ସର୍ଭେ କହୁଛି । ତେବେ ୧୩,୦୭୬ ସାମ୍ପଲ ସାଇଜ୍‌ର ଏହି ସର୍ଭେରେ  ମତଦାତାଙ୍କୁ ଜାନୁଆରୀ ପ୍ରଥମ ସପ୍ତାହରେ ଭୋଟ ହେଲେ  କ’ଣ ହେବ ବୋଲି ପ୍ରଶ୍ନ କରାଯାଇଥିଲା ।

{"id":208574,"sizeSlug":"large"}

ତଥାପି ବର୍ତ୍ତମାନ ସ୍ଥିତିରେ ଆକଳନ କରାଗଲେ ଆପ୍ ୫୪ ରୁ ୬୪ ଆସନ, ବିଜେପି ୮ ରୁ ୧୩ ଆସନ ଏବଂ କଂଗ୍ରେସ ସର୍ବାଧିକ ୬ ଟି ଆସନ ପାଇପାରେ ବୋଲି ଆଶା କରାଯାଉଛି ।ଏହି ସର୍ଭେ ଅନୁଯାୟୀ ଉଭୟ ଆପ୍‌ ଏବଂ ବିଜେପି ଉଭୟଙ୍କ ଭୋଟବେସ୍‌  କେନ୍ଦ୍ରୀୟ ଦିଲ୍ଲୀ, , ବାହ୍ୟ ଦିଲ୍ଲୀ ଏବଂ ଟ୍ରାନ୍ସ-ଯମୁନା ଦିଲ୍ଲୀ ଅଞ୍ଚଳରେ ପ୍ରାୟ ଅକ୍ଷତ ରହିଛି ।

{"id":208575,"width":581,"height":435,"sizeSlug":"large"}

 ୨୦୧୫ ବିଧାନସଭା ନିର୍ବାଚନରେ ଆମ୍‌ ଆଦମିପାର୍ଟି ୭୦ ଆସନରୁ ୬୭ ଆସନରେ ଜିତିଥିଲା । ତେବେ ଉପନିର୍ବାଚନରେ ଦଳ ଗୋଟିଏ ଆସନ ହରାଇଥିଲା ।ଏହା ବ୍ୟତୀତ ଦଳର କିଛି ବିଧାୟକ ଅଯୋଗ୍ୟ ଘୋଷିତ ହେବାରୁ ଆପ୍‌ ବିଧାୟକ ସଂଖ୍ୟା ଦିଲ୍ଲୀ ବିଧାନସଭାରେ ୬୨ କୁ କମିଥିଲା । ସେପଟେ ବିଧାନସଭା ଭୋଟରେ ବିଜେପି ୩ଟି ଆସନ ଜିତିଥିବା ବେଳେ, ଉପନିର୍ବାଚନରେ ଗୋଟିଏ ଆସନ ପାଇ ୪ କୁ ବଢିଥିଲା । କିନ୍ତୁ ଲଗାତର ଶାସନ ସତ୍ତ୍ବେ କଂଗ୍ରେସ ଗୋଟିଏ ବି ଆସନ ପାଇନଥିଲା । ଏବେ ୫ ବର୍ଷ ପରେ ଆସନ ଗଣିତ ଅଲଗା ହେବ ।

ପ୍ରାକ୍‌ ନିର୍ବାଚନୀ ସର୍ଭେ ତ ଏପରି କହୁଛି, ସେପଟେ କିନ୍ତୁ ପ୍ରଚାର ଜେରଦାର ।ଆମେ ଯଦି କିଛି ଭଲ କାମ କରିଛୁ , ତେବେ ଆମକୁ ଭୋଟ ଦିଅ ବୋଲି ପ୍ରଚାର କରୁଛନ୍ତି ଆମ ଆଦମି ପାର୍ଟି ନେତା କେଜରିୱାଲ ।ତେବେ ପ୍ରଚାରରେ ତାଙ୍କ ସରକାରର ବିଭିନ୍ନ ସଫଳ ଯୋଜନା ସହ ୬୭ ପାର୍‌ ଟାର୍ଗେଟ୍‌ ରଖିଛି ଦଳ । ବିଜେପି କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ କ୍ଷମତାକୁ ଆସିବାକୁ ଅଣ୍ଟା ଭିଡିଛି ।କାରଣ ଦଳର କେହି ନେତା ସେପରି ବିଜେତା ହେବାର ବ୍ୟକ୍ତିତ୍ବ ହୋଇପାରିନାହାନ୍ତି ।କଂଗ୍ରେସର ସ୍ଥିତି ମଜବୁତ ନଥିଲେ ବି ସଂପ୍ରତିକ ପ୍ରସଙ୍ଗ ତଥା ରାହୁଲ ଗାନ୍ଧିଙ୍କ ନିର୍ବାଚନୀ ରଣନୀତି ଉପରେ ଦଳ ଭରସା କରୁଛି ।ସେ ଯାହା ବି ହେଉ କିଏ ବିଜେତା,  ତାହା କହିବ ଫେବୃଆରୀ ୧୧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.