ବିହାରରେ ନିର୍ବାଚନ ଲଢ଼ିବ ଆମ ଆଦ୍ମୀ ପାର୍ଟି, ଆର୍ଜେଡି କହିଲା, ଦଳ ମେଣ୍ଟର ନିୟମ ମାନିବା ଉଚିତ୍
27/08/2023 at 6:16 PM

ନୂଆଦିଲ୍ଲୀ: ବିଜେପିକୁ ଟକ୍କର ଦେବାକୁ ମେଣ୍ଟ ଦଳ ଇଣ୍ଡିଆ ଫସର ଫାଟିବ ଲାଗୁଛି। କାରଣ ମେଣ୍ଟ ସଦସ୍ୟ କେହି କାହା ସ୍ଥାନ ଛାଡ଼ିବାକୁ ନାରାଜ। ଆଉ ମେଣ୍ଟ କରିବାକୁ ହେଲେ ଯେ କିଛି ତ୍ୟାଗ କରିବାକୁ ଏକଥା ଏନ୍ଡିଏ ମେଣ୍ଟକୁ ବେଶ୍ ଜଣା। ହେଲେ ଇଣ୍ଡିଆ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି।
ଏବେ ଆମ୍ ଆଦ୍ମୀ ପାର୍ଟି ବିହାରରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଇଣ୍ଡିଆ ମେଣ୍ଟରେ ସାମିଲ୍ ଥିବା ଝାଡୁ ପାର୍ଟି ବିହାରରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି। ଏନେଇ ଆମ୍ ଆଦମୀ ପାର୍ଟି ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ବିହାରର ଦଳୀୟ କର୍ମୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।
ବୈଠକରେ ବିହାରରେ ଦଳର ସଂଗଠନିକ ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା ହୋଇଛି। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ବିଧାୟକ ଏବଂ ବିହାର ନିର୍ବାଚନ ପ୍ରଭାରୀ ଅଜେଶ ଯାଦବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ବୈଠକରେ ଆପ ନେତା ସନ୍ଦୀପ ପଠକ କହିଛନ୍ତି ଯେ ଦଳ ବିହାରର କେବେ ନିର୍ବାଚନ ଲଢ଼ିବ ବୋଲି ଅନେକ ଲୋକ ପଚାରୁଥିଲେ। ଲୋକମାନଙ୍କର ଅନେକ ପ୍ରଶ୍ନ ଥିଲା, କିନ୍ତୁ ଆଜି ସେହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛି। ବିହାରରେ ଆମର ସଂଗଠନର ଗଠନ ନ ଥାଇପାରେ, କିନ୍ତୁ ସେଠାରେ ବହୁ ସଂଖ୍ୟକ ଲୋକ ସେଠାରେ କାର୍ଯ୍ୟ କରୁଛନ୍ତି।
ସନ୍ଦୀପ କହିଛନ୍ତି ଯେ ହୀନ ରାଜନୀତି ଯୋଗୁ ଆଜି ବିହାର ଆଗକୁ ବଢ଼ିପାରି ନାହିଁ। ଆପ୍ ବିହାରରେ ନିର୍ବାଚନ ଲଢ଼ିବା ଏଥିରେ କୌଣସି ଦ୍ୱିମତ ହେବାର ନାହିଁ। ତେବେ ନିର୍ବାଚନ ଲଢ଼ିବାକୁ ସଂଗଠନ ମଜଭୁତେ ହେବା ଦରକାର। ନହେଲେ ନିର୍ବାଚନ ଲଢ଼ି ଲାଭ ନାହିଁ ବୋଲି ସନ୍ଦୀପ କହିଛନ୍ତି।
ଅନ୍ୟପକ୍ଷରେ, ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ସନ୍ଦୀପ ପାଠକ କହିଛନ୍ତି ଯେ ଆମ ସମସ୍ତଙ୍କର ଭିନ୍ନ ମତ ଥାଇପାରେ, କିନ୍ତୁ ଦେଶ ସର୍ବୋପରି ବୋଲି। ଆମର ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଯଦି ଦେଶକୁ ବଞ୍ଚାଇବାକୁ ପଡିବ, ତେବେ ବିଜେପିର ଏହି ଦୁଇ ଭାଇ(ମୋଦୀ ଶାହ)ଙ୍କୁ ଘରେ ବସିବାକୁ ବସାଇବାକୁ ପଡ଼ିବ ବୋଲି ସନ୍ଦୀପ କହିଛନ୍ତି। ସନ୍ଦୀପ ଆହୁରି କହିଛନ୍ତି ଯେ ଆପ୍ ଏକ ଜାତୀୟ ଦଳ। ତେଣୁ ଆମେ ଲୋକସଭା ଓ ବିହାର ବିଧାନସଭା ନିର୍ବାଚନ ଲଢ଼ିବୁ ତେବେ କେମିତି ଲଢ଼ିବୁ ଆଗକୁ ଦଳ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।
ତେବେ ଆପ୍ର ଏଭଳି ଘୋଷଣା ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳକୁ ସୁହାଇ ନାହିଁ। ଦଳର ସାଂସଦ ମନୋଜ ଝା କହିଛନ୍ତି, ‘ଯେତେବେଳେ ଇଣ୍ଡିଆ ମିଳିତ ମଞ୍ଚର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଥିଲା, ସେତେବେଳେ କିଛି ନୀତିନିୟମ କରାଯାଇଥିଲା, ଏହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମୁଁ ଭାବୁଛି ସେମାନେ (ଆମ୍ ଆଦମୀ ପାର୍ଟି) ସେହି ନୀତିଗୁଡିକ ପାଳନ କରିବେ।”
ପଢ଼ନ୍ତୁ-ବିଜେପି ସମୟରେ କର୍ଣ୍ଣାଟକରେ କୋଭିଡ୍ ପରିଚାଳନାରେ ତୃଟି ଅଭିଯୋଗ: ନ୍ୟାୟିକ ତଦନ୍ତ କରାଇବେ ସିଦ୍ଦରମେୟା ସରକାର!
ସୂଚନା ଥାଉକି ଇଣ୍ଡିଆ ମେଣ୍ଟ ଗଠନ ବେଳେ ନିଷ୍ପତ୍ତି ହୋଇଥିଲା ଯେ ଯେଉଁ ଦଳର ଯେଉଁ ରାଜ୍ୟରେ ପ୍ରାଧାନ୍ୟ ରହିଛି, ସେହି ଦଳ ବର୍ତ୍ତମାନ ପାଇଁ ସେହିଠାରେ ହିଁ ସୀମିତ ରହିବ। ହେଲେ ଏଥିରୁ ବାହାରି ଆପ୍ ନିଜେ ଏକାକୀ ଲଢ଼ିବାକୁ ବାହାରିଛି। କେବଳ ଆପ୍ ନୁହେଁ କଂଗ୍ରେସ ଓ ଆର୍ଜେଡି ଓ ଜେଡିୟୁ ମଧ୍ୟରେ ଭାବନାବ ଖାପ୍ ଖାଉ ନାହିଁ। ତେଣୁ ୨୦୨୪ ଆସିବା ପର୍ଯ୍ୟନ୍ତ ମେଣ୍ଟ ଦଳ ଇଣ୍ଡିଆ ତିଷ୍ଟି ରହିବ ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠିଲାଣି।