ପଞ୍ଜାବ ରାସ୍ତା ଦେଇ ରାଜସ୍ଥାନରେ ପତିଆରା ବଢାଇବାକୁ ଚାହୁଁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ପ୍ରସ୍ତୁତ ହୋଇସାରିଛି ରଣନୀତି !

Published By : Prameya-News7 Bureau | September 23, 2021 IST

ନୂଆଦିଲ୍ଲୀ ୨୩/୦୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ଫୁଲ୍‌ ଫର୍ମରେ ଅଛନ୍ତି । ଗୋଟେ ପରେ ଗୋଟେ ରାଜ୍ୟରେ ପତିଆରା ବଢାଇବାରେ ଲାଗିଛନ୍ତି ଆମ୍‌ ଆଦ୍‌ମୀ ପାର୍ଟି ସୁପ୍ରିମୋ । ଦେଶର ହାର୍ଟ ନୂଆଦିଲ୍ଲୀ ଏବେ ହାତମୁଠାରେ ଥିବାବେଳେ କେଜରିଓ୍ବାଲଙ୍କ ଟାର୍ଗେଟ୍‌ ବିଜେପି ଏବଂ କଂଗ୍ରେସ ଶାସିତ ରାଜ୍ୟ । ମୋଦି ଏବଂ ରାହୁଲଙ୍କୁ ଟାର୍ଗେଟ୍‌ କରି ବୁଲିବୁଲି ବିଫଳତା ବଖାଣୁଛନ୍ତି କେଜରିଓ୍ବାଲ । ଦିଲ୍ଲୀରେ କ୍ଷମତାରେ ଥିବା ଆପ୍‌ ପଞ୍ଜାବରେ ପ୍ରମୁଖ ବିରୋଧୀ ଦଳ ହୋଇପାରିଛି । ଆଗାମୀ ଦିନରେ ନିର୍ବାଚନ ଥିବାରୁ କେଜରିଓ୍ବାଲଙ୍କ ଫୋକସ୍‌ରେ ରହିଛି ପଞ୍ଜାବ । ଏହା ସହିତ ପଞ୍ଜାବ ରାସ୍ତା ଦେଇ ରାଜସ୍ଥାନରେ ଦଳୀୟ ପତିଆରା ବିସ୍ତାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେଜରିଓ୍ବାଲ ।   

ପଞ୍ଜାବ କଂଗ୍ରେସରେ ବିବାଦ ଲାଗିରହିଥିବା ବେଳେ ଫାଇଦା​‌ ନେବାକୁ ଚେଷ୍ଟା କରୁଛି ଆପ୍‌ । କେଜରିଓ୍ବାଲଙ୍କ କ୍ରେଜ୍‌ ବି ବଢିବାରେ ଲାଗିଛି । ପଞ୍ଜାବ ରାସ୍ତା ଦେଇ ରାଜସ୍ଥାନରେ ରାଜ୍‌ କରିବାକୁ ପଲିଟିକାଲ ଗ୍ରାଉଣ୍ଡ ତିଆରି କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ଦଳରେ ମିଶାଇ ମାଷ୍ଟ୍ର ​‌େ​‌ଷ୍ଟ୍ରାକ୍‌ ଖେଳିପାରନ୍ତି କେଜରିଓ୍ବାଲ । ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ଶ୍ରୀଗଙ୍ଗାନଗରରେ ବିରାଟ ଚାଷୀ ସମାବେଶ ଆୟୋଜନ କରିବାକୁ ଯାଉଛି ଆମ୍‌ ଆଦ୍‌ମୀ ପାର୍ଟି । ରାଜସ୍ଥାନର ୨୬ ଜିଲ୍ଲାରେ ଦଳର କାର୍ଯ୍ୟକାରିଣୀ ରହିଛି । ତେଣୁ ଦଳ ଏବେ ତାହାକୁ ମଜବୁତ କରିବାକୁ ଚେଷ୍ଟା ଜାରିରଖିଛି ।

ଅନ୍ୟପଟେ ବିଜେପି ଶାସିତ କିଛି ରାଜ୍ୟ​‌ରେ ଦବଦବା ଜାହିର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଜେରିଓ୍ବାଲ । ଫୋକସ୍‌ରେ ରହିଛି ଉତ୍ତର ପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ ଏବଂ ଗୋଆ । ମାରାଥନ୍‌ ଗସ୍ତ କରି ଲୋକଙ୍କୁ ପ୍ରତିଶ୍ରୁତି ଅଜାଡି ଦେଉଛନ୍ତି ଅରବିନ୍ଦ କେଜରିଓ୍ବାଲ । ଭଲ ରେସପନ୍ସ ବି ମିଳୁଛି । ଗୁଜୁରାଟ, ଉତ୍ତରାଖଣ୍ଡ ପରେ ଏବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଦଳ ଏବେ ଫାଇଦା ଉଠାଇବାରେ ଲାଗିପଡିଛି ।

ଚାଷୀ ଆନ୍ଦୋଳନକୁ ମୁଦ୍ଦାକରି ଫାଇଦା ନେବାକୁ ଚେଷ୍ଟା କରୁଛି ଆମ୍‌ ଆଦ୍‌ମୀ ପାର୍ଟି । ବିଶେଷ କରି ପଞ୍ଜାବ ଏବଂ ରାଜସ୍ଥାନ ଚାଷୀଙ୍କୁ କେନ୍ଦ୍ର ବିରୁଦ୍ଧରେ ଉସକେଇ ଡବଲ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି କେଜରିଓ୍ବାଲ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ଭୋଟ ହାତେଇବାକୁ ଚେଷ୍ଟା କରିବ ଦଳ । ଅନ୍ୟପଟେ କେଜରିଓ୍ବାଲଙ୍କ ଘନଘନ ଗସ୍ତ ଏବଂ ଲୋକଙ୍କୁ ପ୍ରତିଶ୍ରୁତି, ଦଳ ପାଇଁ ପ୍ଲସ୍‌ ପଏଣ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.