ଉତ୍ତର ପରେ ଏବେ ଦକ୍ଷିଣରେ ପହଞ୍ଚିଲା ଆପ୍; କେରଳରେ ଟ୍ୱେଣ୍ଟି୨୦ ଦଳ ସହ ମେଣ୍ଟ ଘୋଷଣା, କେଜରିୱାଲ୍‌ଙ୍କ ଏହି କଥାରେ ହଁ ଭରିଲେ କେରଳୀ

Published By : Prameya-News7 Bureau | May 15, 2022 IST

ଥିରୁଭନନ୍ତପୁରମ: ଉତ୍ତର ଭାରତ ପରେ ଏବେ ଦକ୍ଷିଣ ଭାରତରେ ନିଜର ପ୍ରଭାବ ବିସ୍ତାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅରବିନ୍ଦ କେଜରିୱାଲଙ୍କ ଦଳ ଆମ୍‌ ଆଦ୍ମୀ ପାର୍ଟି। ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ଦଳ କେରଳର ଟ୍ୱେଣ୍ଟ୨୦ ପାର୍ଟି ସହିତ ମେଣ୍ଟ କରିଛି। ଏହି ମେଣ୍ଟର ନାଁ ପିପୁଲ୍ସ ୱଲ୍‌ଫେୟାର ଏଲାଏନ୍ସ ରଖାଯାଇଛି।
କେରଳର କୋଚିରେ ଜନସଭାକୁ ସମ୍ବୋଧନ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ ଏହି ମେଣ୍ଟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କେରଳରେ ଏବେ ୪ଟି ରାଜନୈତିକ ମେଣ୍ଟ ହେବ। ଏଲ୍‌ଡିଏଫ୍‌, ୟୁଡିଏଫ୍, ଏନ୍‌ଡିଏ ଓ ଆମର ପିପୁଲ୍ସ ୱେଲ୍‌ଫେୟାର ଏଲାଏନ୍ସ।

Image

ଟ୍ୱେଣ୍ଟି୨୦ ସଭାରେ କେଜରିୱାଲ୍ କହିଛନ୍ତି ଯେ ଯଦି ଆପଣ ରାଜନୀତିରେ ଦଙ୍ଗା ଓ ଭ୍ରଷ୍ଟାଚାର ଦେଖିବାକୁ ଚାହାନ୍ତି ତେବେ ଆପଣ ସେମାନଙ୍କ ସହିତ ଯାଇପାରନ୍ତି। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ରାଜ୍ୟରେ ବିକାଶ ହେଉ, ସ୍କୁଲ୍ ଓ ହସ୍‌ପିଟାଲ୍‌ ତିଆରି ହେଉ ତେବେ ଆପଣମାନଙ୍କୁ ଆମକୁ ସହଯୋଗ କରିବାକୁ ହେବ ବୋଲି କେଜରିୱାଲ କହିଛନ୍ତି।

Image

କୌଣସି ଦଳର ନାଁ ନନେଇ କେଜରିୱାଲ କହିଛନ୍ତି ଯେ ଅନ୍ୟ ଦଳ ଆପଣମାନଙ୍କ ପିଲାମାନଙ୍କର ପାଠ ବିଷୟରେ ପଚାରିବେ ନାହିଁ। କାରଣ ସେମାନେ ଗୁଣ୍ଡାଗର୍ଦିରେ ରାଜନୀତିରେ ରହିବାକୁ ଚାହୁଁଛନ୍ତି। ଦିଲ୍ଲୀରେ ୨୪ ଘଣ୍ଟା ୭ ଦିନ ବିଜୁଳି ଆସୁଛି। ଏଥିପାଇଁ ଦିଲ୍ଲୀରେ ଇନ୍‌ଭଟର ଓ ଜେନେରେଟର ଦୁକାନ ବନ୍ଦ। କେରଳ ଲୋକଙ୍କୁ ମାଗଣାରେ ବିଜୁଳି ଦରକାର କି ନାହିଁ ବୋଲି କେଜରିୱାଲ ପଚାରିବାରୁ ସଭାରେ ଯୋଗ ଦେଇଥିବା ଲୋକ କେଜରିୱାଲ୍‌ଙ୍କ କଥାରେ ହଁ କହିଥିଲେ।  

Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.