ପ୍ରଥମେ ଚିଠି ଲେଖି କ୍ଷମା ମାଗିଲେ ନୱାଜ୍‌ଙ୍କ ପତ୍ନୀ ଆଲିଆ, ପରେ ଗାଏବ ହେଲା ଆକାଉଣ୍ଟ

Published By : Prameya-News7 Bureau | May 08, 2023 IST

ମୁମ୍ଵାଇ ୦୮।୦୫: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ଗତ କିଛି ମାସ ହେବ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଛି। ନୱାଜ ଏବଂ ତାଙ୍କ ପତ୍ନୀ ଆଲିଆ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ଚର୍ଚ୍ଚାରେ ଅଛନ୍ତି। ଉଭୟ ପରସ୍ପର ବିରୁଦ୍ଧରେ କଣ କଣ କହି ନାହାଁନ୍ତି। କୋର୍ଟ ବୁଲି ବୁଲି ପରସ୍ପରକୁ ଦୋଷ ଦେବା ପରେ ବର୍ତ୍ତମାନ ଏହି ଦମ୍ପତି ପୁଣି ଥରେ ଠିକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହା ନୱାଜଙ୍କ ପତ୍ନୀ ଆଲିଆଙ୍କ ଦ୍ଵାର ଆରମ୍ଭ ହୋଇଛି ।

Aaliya Post

ଆଲିଆଙ୍କ ସୋସିଆଲ ମିଡିଆ ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟ ମାଧ୍ୟମରେ ଆଲିଆ ନୱାଜଙ୍କୁ କ୍ଷମା ମାଗୁଥିବାର ନଜର ଆସିଛନ୍ତି। ନୱାଜଙ୍କ ପତ୍ନୀ ଅତୀତର ସବୁ କଥାକୁ ଭୁଲି ଜୀବନରେ ଆଗକୁ ବଢିବା ବିଷୟରେ କହିଛନ୍ତି। ତାଙ୍କ ପିଲାମାନଙ୍କର ଭବିଷ୍ୟତ ପାଇଁ ସେ ନୱାଜଙ୍କୁ ମଧ୍ୟ କ୍ଷମା କରିବାକୁ ରାଜି ଅଛନ୍ତି। ତାଙ୍କ ପତ୍ନୀ ତାଙ୍କ ଚିଠିକୁ ହିନ୍ଦୀରେ ସେୟାର କରିଛନ୍ତି। ଯେଉଁଥିରେ ସେ ବହୁତ କିଛି ଲେଖିଛନ୍ତି।

ଆଲିଆଙ୍କ ଏହି ପୋଷ୍ଟ ସେୟାର କରିବା ପରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଆଉ ଦେଖିବାକୁ ମିଳୁ ନାହିଁ । ଏଭଳି ପରିସ୍ଥିତିରେ କୁହାଯାଉଛି କି ବୋଧ ହୁଏ କେହି ତାଙ୍କ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି କିମ୍ବା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏଥି ସହିତ, ସୋସିଆଲ ମିଡିଆ ୟୁଜର୍ସମାନେ ଏହି ପୋଷ୍ଟର ସ୍କ୍ରିନସଟ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.