'କୁଣ୍ଡଳୀରେ ରାହୁ ବସିଛି ବୋଧେ', କେଏଲ୍‌ ରାହୁଲଙ୍କୁ ନେଇ ଏପରି କହିଲେ ପୂର୍ବତନ କ୍ରିକେଟର

Published By : Prameya-News7 Bureau | January 31, 2024 IST

ମୁମ୍ବାଇ ୩୧।୦୧ : ଫେବୃଆରୀ ୨ରେ ଖେଳାଯିବ ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚ୍‌ । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ୦-୧ରେ ଆଗୁଆ ରହିଛି ଇଂଲଣ୍ଡ ଟିମ୍‌ । ହେଲେ ୨ୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ଦୋରଦାର ଝଟ୍‌କା । ଆହତ ସମସ୍ୟା ଲାଗି ଆଗାମୀ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଓ୍ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ କେଏଲ୍‌ ରାହୁଲ । ତେବେ ରାହୁଲଙ୍କ ଆହତ ନେଇ ପୂର୍ବତନ କ୍ରିକେଟ୍‌ର ଆକାଶ ଚୋପ୍ରା କହିଛନ୍ତି ବଡ଼ କଥା । ଆସନ୍ତୁ ଜାଣିବା କ’ଣ କହିଛନ୍ତି ଏହି ପୂର୍ବତନ କ୍ରିକେଟ୍‌ର…

ଆକାଶ ଚୋପ୍ରା ନିଜ ୟୁଟ୍ୟୁବ ଚ୍ୟାନେଲ୍‌ ଜରିଆରେ ଆକାଶଙ୍କ ଆହତ ନେଇ କହିଛନ୍ତି ଯେ, କେଏଲ୍‌ ରାହୁଲ୍‌ଙ୍କ କୁଣ୍ଡଳୀରେ ରାହୁ ବସିଛି ବୋଧେ । କାହିଁକି ନା ଯେତେବେଳେ ବି କିଛି ଭଲ ହେବାକୁ ଯାଉଛି , ସେତେବେଳେ ରାହୁଲ ଆହତ ହେଉଛନ୍ତି । ନହେଲେ ଦେହ ଖରାପ ଲାଗି ଟିମ୍‌ରୁ ବାଦ୍‌ ପଡୁଛନ୍ତି । ଚଳିତ ଥର ମଧ୍ୟ ଏପରି କିଛି ହୋଇଛି ।

wp:embed {"url":"https://www.prameyanews7.com/shubman-gill-shreyas-iyer-may-be-out-from-2nd-test/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shubman-gill-shreyas-iyer-may-be-out-from-2nd-test/
/wp:embed

ରାହୁଲଙ୍କ କ୍ୟାରିୟରରେ ଅନେକ ଥର ଉତ୍‌ଥାନପତନ ଆସୁଛି । ଯାହାକି ତାଙ୍କ କ୍ରିକେଟ୍‌ ପ୍ରଦର୍ଶନ ଉପରେ ପ୍ରଭାବ ପକାଉଛି । ନିଜ ଫର୍ମ ଏବଂ ଟ୍ୟାଲେଣ୍ଟ ଲାଗି ଟିମ୍‌ରେ ବାରମ୍ବାର ଚୟନ ହୋଇଥିଲେ ସୁଦ୍ଧା ବାଦ୍‌ ବି ପଡୁଛନ୍ତି ।  କେତେବେଳେ ଆହତ ତ ଆଉ କେତେବେଳେ ବିଭିନ୍ନ ରୋଗ ଲାଗି ଟିମ୍‌ରୁ ବାଦ୍‌ ପଡୁଛନ୍ତି ।

ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦ୍‌ ଟେଷ୍ଟରେ ହାରିଛି ଭାରତ, ଜିତିଛି ଇଂଲଣ୍ଡ ଦଳ । ୫ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତି ଇଂଲଣ୍ଡ ଟିମ୍‌ ୦-୧ରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଭଲ ଖେଳିଥିବା ବେଳେ ୨ୟ ପାରିରେ ପଛେଇ ଯାଇଥିଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ପ୍ରଥମ ମ୍ୟାଚ୍‌ ଜିତିଛି ଷ୍ଟୋକ୍ସ ବାହିନୀ ।   

୨ୟ ଟେଷ୍ଟ ପାଇଁ ଭାରତୀୟ ଦଳ-

ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ଯଶସୀ  ଜୈସ୍ୱାଲ୍‌, ଶ୍ରେୟସ ଆୟର, କେଏସ୍‌ ଭରତ (ଓ୍ୱିକେଟ୍‌ କିପର), ଧ୍ରୁବ ଜୁଏଲ୍‌, ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଜଶପ୍ରୀତ ବୁମ୍‌ରାହ, ଆଭେଶ ଖାନ୍‌, ରଜନ ପାଟିଦାର, ସରଫରାଜ ଖାନ୍‌, ଓ୍ୱାସିଂଟନ ସୁନ୍ଦର, ସୋରଭ କୁମାର ।

wp:embed {"url":"https://www.prameyanews7.com/prabhas-took-short-break-from-film-industry/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prabhas-took-short-break-from-film-industry/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.