scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

BMCର ବଡ଼ ନିଷ୍ପତ୍ତି, ଏଣିକି ରାତିରେ ବି ମିଳିବ ଆହାର

18/11/2023 at 10:22 AM

ଭୁବନେଶ୍ୱର ୧୭ା୧୧ : ଏଣିକି ରାତିରେ ମିଳିବ ଆହାର । ଭୁବନେଶ୍ୱର ଏମ୍‌ସ ପାଖରେ ଥିବା ଦୁଇଟି ଆହାର କେନ୍ଦ୍ରରେ ରାତିରେ ଖାଦ୍ୟ ମିଳିବ । ରୋଗୀ ସହାୟକମାନେ ସୁଲଭ ମୂଲ୍ୟରେ ସୁଷମ ଖାଦ୍ୟ ପାଇପାରିବେ । ରାତିବେଳା ଦୁଇଟିଯାକ ଆହାର କେନ୍ଦ୍ରରେ ଚାରି ଶହ ଲେଖାଏଁ ମିଲ୍‌ସ ପ୍ରସ୍ତୁତ କରାଯିବ । ମେୟର ସୁଲୋଚନା ଦାସ ଏହି ରାତ୍ରଭୋଜନ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି ।

ଆହାର କେନ୍ଦ୍ରରେ ସ୍ୱଳ୍ପ ମୂଲ୍ୟରେ ସୁଷମ ଖାଦ୍ୟ ଦେଇ କ୍ଷୁଧାର୍ତ୍ତଙ୍କ ଭୋକ ମେଣ୍ଟାଇବାକୁ ବିଏମ୍‌ସି ପ୍ରୟାସ ଚଳାଇଛି । ଏବେ ୫ଟି ଆହାର କେନ୍ଦ୍ର ବିଭିନ୍ନ ପ୍ରମୁଖ ହସ୍ପିଟାଲ ପାଖରେ ରହିଛି । ଏମ୍‌ସ ପାଖରେ ଥିବା ୨ଟି ଆହାର କେନ୍ଦ୍ରରେ ଦୈନିକ ୭୫୦ ଲୋକ ଖାଉଛନ୍ତି । ରାତିଭୋଜନ ବ୍ୟବସ୍ଥା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାର ରୋଗୀ ସହାୟକମାନେ ବେଶ୍‌ ଉପକୃତ ହେବେ ବୋଲି ବିଏମସି ମେୟର ଶ୍ରୀମତୀ ଦାସ କହିଛନ୍ତି । ଏବେ ରାଜଧାନୀରେ ମୋଟ ୧୧ଟି ଆହାର କେନ୍ଦ୍ର ଚାଲିଛି । ୩ଟି କେନ୍ଦ୍ରରେ ରାତିଭୋଜନ ବ୍ୟବସ୍ଥା ଥିଲା । ଏବେ ଆଉ ଦୁଇଟି ଆହାର କେନ୍ଦ୍ରରେ ଏହା ଆରମ୍ଭ ହୋଇଛି ।

ସେହିପରି ଆଗକୁ ବରମୁଣ୍ଡାରେ ନବନିର୍ମିତ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ପାଖରେ ଆହାର କେନ୍ଦ୍ର ଖୋଲିବ । ଏହି ଆହାର କେନ୍ଦ୍ର ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହେବ । ଏଠାରେ ପ୍ରତିଦିନ ୨ ହଜାରରୁ ଅଧିକ ଲୋକ ଖାଇବା ଭଳି ବ୍ୟବସ୍ଥା ହେବ । ଆଜିର ଏହି କାର୍ଯ୍ୟକ୍ରମରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ସ୍ଥାନୀୟ କର୍ପୋରେଟର ରଶ୍ମୀ ରଞ୍ଜନ ପାଟ୍ଟଶାଣୀ ଓ ଡେପୁଟି କମିଶନର ପ୍ରିୟଙ୍କା ମଲ୍ଲିକ ଉପସ୍ଥିତ ଥିଲେ ।

   Related Posts