Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

‘ସଲାମ୍‌ ଭେଙ୍କି’ରେ ସାମ୍ଵାଦିକ ଭୂମିକାରେ ଆହାନା, ନିଜ ଚରିତ୍ରକୁ ନେଇ କହିଲେ ଏମିତି

15/11/2022 at 3:05 PM

ମୁମ୍ଵାଇ ୧୫।୧୧: ଅପ୍‌କମିଙ୍ଗ ଫିଲ୍ମ ‘ସଲାମ୍‌ ଭେଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ଆହାନା କୁମ୍‌ରା । ଏହି ଫିଲ୍ମରେ ପ୍ରଥମ ଥର ସେ ଜଣେ ସାମ୍ବାଦିକ ଭୂମିକାରେ ଅଛନ୍ତି। ଏହି ପ୍ରୋଜେକ୍ଟରେ ଇଣ୍ଡଷ୍ଟ୍ରିର ଜଣାଶୁଣା  ଅଭିନେତ୍ରୀ କାଜୋଲଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରେବତୀ । ବର୍ତ୍ତମାନ ସେ ନିଜ ଭୂମିକା ବିଷୟରେ ଆହାନା  କହିଛନ୍ତି ‘ଅଭିନୟ କ୍ୟାରିଅର୍‌ରେ ଆଜି  ପର୍ଯ୍ୟନ୍ତ ମୁଁ କେବେ ସାମ୍ବାଦିକ ଭୂମିକା  ନିର୍ବାହ କରିନଥିଲି । ଏଥିସହ ପ୍ରସିଦ୍ଧ  କଳାକାର, ନିର୍ଦ୍ଦେଶକ, ସିନେମାଟୋଗ୍ରାଫର  ଓ ପ୍ରଯୋଜକଙ୍କ ସହ କାମ କରିବାର  ସୁଯୋଗ ପାଇବା ମଧ୍ୟ ମୋ ପାଇଁ ମଜାଦାର ଅନୁଭବ।

ଫିଲ୍ମଟି ଭିନ୍ନ ଧରଣର । ଜୀବନର  ଏକ ଅଂଶବିଶେଷ ଏହି ଫିଲ୍ମରେ କାମ  କରିବା ମୋ ପାଇଁ ବେଶ ଆନନ୍ଦର ବିଷୟ । ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିରେ ନିଜର ଦବ୍‌ଦବା ବଜାୟ ରଖିଥିବା କାଜୋଲଙ୍କ ସହ କାମ କରିବାର ଅନୁଭବ ଅତ୍ୟନ୍ତ ଚମତ୍କାର। ତାଙ୍କ ସହ ମୋର ଅଧିକ ସିନ୍‌ ନ ଥିଲେ ମଧ୍ୟ ଏହା ମୋ ପାଇଁ ବଡ଼ ଉପଲବ୍ଧି । ତାଙ୍କଠୁ ବେଶ  କିଛି ଶିଖିବାର ସୁଯୋଗ ମୋତେ ମିଳିଛି । ରେବତୀଙ୍କ ନିର୍ଦ୍ଦେଶନା ଶୈଳୀ ପୂରା ଭିନ୍ନ । ତାଙ୍କ ଭଳି ନିର୍ଦ୍ଦେଶକଙ୍କ ସହ କାମ କରିବା ମୋ ପାଇଁ ବଡ଼  ସୁଯୋଗ । ସେ ଅତ୍ୟନ୍ତ  ପ୍ରେରଣାପ୍ରଦ, ଅନନ୍ୟ ଓ ପ୍ରତିଭାଶାଳୀ ନିର୍ଦ୍ଦେଶକ । 

ଭବିଷ୍ୟତରେ ଯଦି ମୁଁ କିଛି ଲେଖାଲେଖି କରେ, ତେବେ  ନିଶ୍ଚିତ ଭାବେ ତାଙ୍କ ପାଇଁ ଲେଖିବି ଏବଂ ତାଙ୍କ ସହ ପୂରା  ଫିଲ୍ମ କରିବାକୁ ଆଶା ରଖିବି । ସେ ଫିଲ୍ମର ନିର୍ଦ୍ଦେଶନା ଦେବେ  ଆଉ ମୁଁ ମୁଖ୍ୟ ଭୂମିକା ନିର୍ବାହ କରିବି ।’   ଜଣେ ମହିଳାଙ୍କ କାହାଣୀ ଉପରେ ‘ସଲାମ୍‌ ଭେଙ୍କି’  ପର୍ଯ୍ୟବସିତ, ଯିଏକି ନିଜ ଜୀବନରେ ଅନେକ ସମସ୍ୟାର  ସମ୍ମୁଖୀନ ହେଉଛି । ଫିଲ୍ମଟି ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ  କରିବ ।

   Related Posts