ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ଜୁନ ଯାଏଁ ବଢିଲା ଟ୍ୟାକ୍ସ ରିଟର୍ଣ୍ଣ ଅବଧି, ଆଧାର-ପାନ୍ ଲିଙ୍କର ଶେଷ ତାରିଖ ଜୁନ ୩୦

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ, ୨୪|୦୩: କରୋନା ଭାଇରସକୁ ନେଇ ଲୋକମାନଙ୍କୁ ଓ ବ୍ୟବସାୟ ପ୍ରତିଷ୍ଟାନକୁ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏନେଇ ସରକାର ଅତିଶୀଘ୍ର ପ୍ୟାକେଜ ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି। ସରକାର ସମସ୍ତ ଟ୍ୟାକ୍ସ୍ ସମ୍ବନ୍ଧୀୟ ମମାଲାକୁ ଆନୁପାଳନ ପାଇଁ ସମୟସୀମା ମାର୍ଚ୍ଚ ୩୧ରୁ ଜୁନ ଶେଷ ଯାଏଁ ବଢାଇଛନ୍ତି। ଆଧାର ଓ ପାନ୍ କାର୍ଡ ଲିଙ୍କ୍ ଅବଧି ମଧ୍ୟ ଜୁନ ୩୦ କରାଯାଇଛି।

{"id":243373,"width":748,"height":420,"sizeSlug":"large"}

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ୍ ଟାକ୍ସ ରିଟର୍ଣ୍ଣ ସମୟ ସୀମା ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି। ଏହା ଉପରେ ସୁଧ ହାର ମଧ୍ୟ ହ୍ରାସ ପାଇଛି।

ଜିଏସଟି ଫାଇଲିଂ ତାରିଖକୁ ମଧ୍ୟ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଭଳି ବିବାଦରୁ ବିଶ୍ୱସ ସ୍କିମର ସମୟ ସୂମା ମଧ୍ୟ ଜୁନ ଯାଏଁ ବୃଦ୍ଧି କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଟିଡିଏସ ଉପରେ ସୁଧ ହାର ୧୮ ପ୍ରତିଶତ ବଦଳରେ ୯ ପ୍ରତିଶତ ହେବ । ମାର୍ଚ୍ଚ, ଏପ୍ରିଲ, ମେରେ ଜିଏସଟି ରିଟର୍ଣ୍ଣ ଦାଖଲର ସମୟ ସୀମା ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି। ଆୟକର ରିଟର୍ଣ୍ଣରେ ବିଳମ୍ବ ହେଲେ ୧୨ ପ୍ରତିଶତ ବଦଳରେ ୯ ପ୍ରତିଶତ ଚାର୍ଜ ପଡିବ। କରୋନା ମୁକାବିଲା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ସିଏସଆର ଫଣ୍ଡରେ ସାମିଲ କରାଯିବ। ଅର୍ଥାତ ଏହି ଫଣ୍ଡକୁ କରୋନା ମୁକାବିଲାରେ ବ୍ୟବହାର କରାଯିବ।

ଏତତ୍ ବ୍ୟତୀତ କର୍ପୋରେଟକୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ସରକାର। ବୋର୍ଡ ବୈଠକକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ଆଶ୍ୱସ୍ତି ଆଗାମୀ ୬ ମାସ ପାଇଁ ମିଳିବ। ୫ କୋଟି ଟର୍ଣ୍ଣ ଓଭର ଥିବା କମ୍ପାନୀକୁ ଜିଏସଟି ରିଟର୍ଣ୍ଣ ଫାଇଲରେ ବିଳମ୍ବ ହେଲେ ବର୍ତ୍ତମାନ କୌଣସି ଜରିମାନା ପଡିବ ନାହିଁ।ଯଦି କୌଣସି କମ୍ପାନୀର ନିର୍ଦ୍ଦେଶକ ମିନିମମ୍ ରେସିଡେନ୍ସି ସର୍ତ୍ତକୁ ପାଳନ ନ କରନ୍ତି ତେବେ ଏହାକୁ ନିୟମ ଉଲଙ୍ଘନ ଭାବେ ବର୍ତ୍ତମାନ ବିବେଚନା କରାଯିବ ନାହିଁ। କୌଣସି ନିର୍ଦ୍ଦେଶକଙ୍କ ପାଇଁ ଦେଶରେ ଅତି କମରେ ୧୮୨ ଦିନ ରହିବାକୁ ପଡିଥାଏ। ଏବେ ଏହି ନିୟମକୁ କୋହଳ କରାଯାଇଛି।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ୩ ମାସ ଯାଏଁ ଡେବିଟ କାର୍ଡରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ କୌଣସି ଚାର୍ଜ ଲାଗିବ ନାହିଁ। ଏହାସହ ବ୍ୟାଙ୍କ ଖାତାରେ ମିନମମ ବାଲାନନ୍ସ ରଖିବା ମଧ୍ୟ ବାଧ୍ୟତାମୂଳକ ନୁହେଁ। ମିନିମମ୍ ବାଲାନ୍ସ ନରଖିଲେ ଏବେ ଆଉ ଚାର୍ଜ ଲାଗିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.