ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ପୋଷଣ ଯୋଜନା ପାଇଁ ବାଧ୍ୟତାମୂଳକ ନୁହେଁ ପିଲାଙ୍କ ଆଧାରକାର୍ଡ

30/06/2022 at 6:15 PM

ନୂଆଦିଲ୍ଲ: ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଗୁରୁବାର ଜୁନ ୩୦ରେ ବଡ଼ ଘୋଷଣା କରି ପୋଷଣ ପାଇଁ ପିଲାଙ୍କ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି କହିଛି । ତେବେ ମନ୍ତ୍ରଣାଳୟ ଏହା ମଧ୍ୟ  କହିଛି ଯେ, ଲାଭାର୍ଥୀଙ୍କୁ ପୋଷଣାର ଡିଲିଭରୀ ସୁନିଶ୍ଚିତ କରିବା ପଇଁ ପୋଷଣ ଟ୍ରାକରରେ ମାଆ କିମ୍ୱା ଅଭିଭାବକଙ୍କ ଆଧାର ନମ୍ୱର ରେକର୍ଡ କରାଯାଉଛି ।

ମନ୍ତ୍ରଣାଳୟ ଏହି ସୂଚନା ଦେଇ କହିଛି, ପୋଷଣ ପାଇଁ ପିଲାଙ୍କ ଆଧାର ବାଧ୍ୟତାମୂଳତ ନୁହେଁ। ଏହା ପୂର୍ବରୁ ଜୁନ ୧୯ରେ ମନ୍ତ୍ରଣାଳୟ ରାଜ୍ୟ ଗୁଡିକୁ ପୋଷଣ ଟ୍ରାକର ଜରିଆରେ ସାମିଲ ପଞ୍ଜୀକରଣ ବିବରଣୀ ଉପରେ ୦-୬ ବର୍ଷ ବୟସ ପିଲାଙ୍କ ପାଇଁ ଟେକ୍ ହୋମ ରାସନ ସେବାକୁ ଗୋଟିଏ ପ୍ରକାର କରିବା ପାଇଁ କୁହାଯାଇଥିଲା । ଏହାଦ୍ୱାରା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ପରିବାର ସହାଯ୍ୟ ପାଇପାରିବେ।

ପୋଷଣ ଟ୍ରାକର ଅନୁସାରେ, ଦେଶରେ ପ୍ରାୟ ୧୨.୬୫ ଲକ୍ଷ ଅଙ୍ଗନବାଡି କେନ୍ଦ୍ର ରହିଛି ଏବଂ ସ୍ତନପାନ କରାଉଥିବା ମହିଳା, ଗର୍ଭବତୀ ମହିଳା ଏବଂ କିଶୋରୀ ସହ ୧୧.୩୬ କୋଟି ଲାଭାର୍ଥୀ ଅଛନ୍ତି।

ପୂରକ ପୋଷଣ ଆହାର ୬ କିମ୍ୱା ଏହାଠାରୁ କମ ବର୍ଷର ପିଲାଙ୍କୁ ଦିଆଯାଉଛି । ଭାରତ ସରକାର ଗରିବ ପିଲାଙ୍କ ସ୍ୱାସ୍ଥ୍ୟର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଚଲାଉଛନ୍ତି। ଏହା ଜରିଆରେ ସାରା ଦେଶରେ ଅଙ୍ଗନବାଡି କେନ୍ଦ୍ର ଜରିଆରେ ଗରିବ ପିଲାଙ୍କୁ ପୋଷଣଯୁକ୍ତ ଆହାର ପ୍ରଦାନ କରାଯାଉଛି । ଦେଶର ଅନେକ ସ୍ଥାନରେ ପିଲାମାନଙ୍କୁ ସେମାନଙ୍କ ପ୍ରାରମ୍ଭିକ ଅବସ୍ଥାରେ ପୋଷଣଯୁକ୍ତ ଆହାର ମିଳିପାରୁ ନାହିଁ । ଏହାର ସିଧା ପ୍ରଭାବ ସେମାନଙ୍କ ଶାରିରୀକ ବିକାଶ ଉପରେ ପଡିଥାଏ । ଏହି କାରଣକୁ କୁପୋଷଣ ପରି ଅନେକ ଶାରିରୀକ ସମସ୍ୟାରେ ପୀଡିତ ହୋଇଥାନ୍ତି।   

   Related Posts