scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

‘ଘରୋଇ ସ୍କୁଲରେ EWS ବର୍ଗର ପିଲାଙ୍କ ଆଡମିଶନ୍‌ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ’

21/09/2023 at 10:11 PM

ନୂଆଦିଲ୍ଲୀ: ୨୧/୯: ଆର୍ଥିକ ପଛୁଆ ବର୍ଗ (EWS)ର ପିଲାମାନେ ଘରୋଇ ସ୍କୁଲରେ ଆଡମିଶନ୍‌ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଜାତୀୟ ରାଜଧାନୀର ଏକ ଘରୋଇ ବିଦ୍ୟାଳୟରେ ଆଡମିଶନ ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ଶିଶୁର ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ସମ୍ପର୍କିତ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଦୁଇଟି ସର୍କୁଲାରର ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଶିଶୁର ବ୍ୟକ୍ତିଗତ ବିବରଣୀ ପାଇବା ତାଙ୍କର ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରିବ ବୋଲି କହିଛନ୍ତି କୋର୍ଟ କହିଛନ୍ତି।  

ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ EWS ବର୍ଗ ଅନ୍ତର୍ଗତ ଦିଲ୍ଲୀର ଘରୋଇ ବିଦ୍ୟାଳୟରେ ଆଡମିଶନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟାରେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଜୁଲାଇ ୨୭ରେ ପାରିତ ହୋଇଥିବା ଆଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଖଣ୍ଡପୀଠ। ୨୦୨୨ ଜୁଲାଇ ୧୨ ଏବଂ ୨୦୨୩ ଫେବୃଆରୀ ୨ରେ ଦିଲ୍ଲୀ ସରକାରୀ ସର୍କୁଲାରର କାର୍ଯ୍ୟକାରିତା ଉପରେ ପ୍ରଥମେ ରୋକ୍‌ ଲଗାଇଥିଲେ କୋର୍ଟ।

ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମାଙ୍କ ଦ୍ୱାରା ଗଠିତ ଜଣିକିଆ ଖଣ୍ଡପୀଠ ଦିଲ୍ଲୀ ସରକାର କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବେଞ୍ଚ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାରଙ୍କ ସର୍କୁଲାର ସାମ୍ବିଧାନିକ ବ୍ୟବସ୍ଥାର ବିରୋଧ ବୋଲି କହିବା ଯଥେଷ୍ଟ ହେବ।

ଣ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ସରକାର

ଦିଲ୍ଲୀ ସରକାର ୨୦୨୨ ଜୁଲାଇ ୧୨ ଓ ୨୦୨୩ ଫେବୃଆରୀ ୨ରେ ଜାରି ହୋଇଥିବା ସର୍କୁଲାରରେ Economically weaker section (EWS), Disadvantaged group (DG) and Children With Special Needs (CWSN) ବର୍ଗର ପିଲମାନେ ବେସରକାରୀ ସ୍କୁଲରେ ଆଡମିଶନ୍‌ କଲେ ଆଧାର କାର୍ଡ ବାଧ୍ୟତାମୂଳକ। ତେବେ କୋର୍ଟ କହିଛନ୍ତି ଯେ ସିଙ୍ଗଲ ବେଞ୍ଚ୍‌ରେ ଏନେଇ ଆବେଦନର ଅନ୍ତିମ ଶୁଣାଣି ହୋଇନାହିଁ।

   Related Posts