Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଖାଦ୍ୟ ସୁରକ୍ଷା ଯୋଜନାରେ ଆଧାର ଲିଙ୍କ୍: ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

2/09/2020 at 9:40 PM

କେନ୍ଦୁଝର୨/୯: ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ନିୟମ ଯୋଗୁଁ ଏବେ ଦୁର୍ଦ୍ଦଶାରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି ରାଜ୍ୟର ଅନେକ ବୟସ୍କ ଅସହାୟ। ବାର୍ଦ୍ଧକ୍ୟ ଅବସ୍ଥାରେ ଆଖି ଖରାପ ଆଉ ଟିପ ଚିହ୍ନ ଲିଭିଯିବା କାରଣରୁ ଅନେକ ଲୋକ ଏବେ ସରକାରୀ ଚାଉଳ ଓ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ।

ଖଟିଆରେ ପଡ଼ିରହି ଜୀବନ ସହ ସଂଘର୍ଷ କରୁଥିବା ଏହି ଦିବ୍ୟାଙ୍ଗ ବ୍ୟକ୍ତି ଜଣକ ହେଲେ କେନ୍ଦୁଝର ସଦର ବ୍ଲକ ଜାମୁନାଳିଆ ଗାଁର ଅର୍ଜୁନ୍‌ ମହାନ୍ତ। ପିଲାବେଳୁ ତାଙ୍କର ଆଖି ଦୁଇଟି ନଷ୍ଟ ହୋଇଯାଇଛି। ଗରିବ ଅସହାୟ ବୋଲି ସରକାର ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ। ଫଳରେ ସରକାରୀ ଚାଉଳ ଆଉ ଭତ୍ତା ସାଜିଥିଲା ଜୀବନ ରକ୍ଷାର ମୂଳ ଆଧାର । ହେଲେ ଯେବେଠାରୁ  ହିତାଧିକାରୀଙ୍କ ଆଧାର ଲିଙ୍କ୍‌ ନିୟମ କାର୍ଯ୍ୟକାରୀ ହୋଇଛି ସେବେଠାରୁ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଅର୍ଜୁନ୍‌ ମହାନ୍ତଙ୍କ ଭଳି ଅନେକ ଅସହାୟ । ସରକାରୀ ଯୋଜନାରେ ମିଳୁଥିବା ଚାଉଳ ଓ ଭତ୍ତା ଗଣ୍ଡାକ ବନ୍ଦ ହୋଇଯାଇଥିବାରୁ ଏବେ ଭୋକ ଉପାସରେ ବିତୁଛି ଜୀବନ ।

ଡାକ୍ତରଖାନାରେ ରୋଗ ଚିକିତ୍ସା କରିନପାରି ଚେଙ୍କ୍ ଚିକିତ୍ସା ଉପରେ ଭରସା କରିବା ପରେ ଅର୍ଜୁନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି । ଏଭଳି ଅବସ୍ଥାରେ  କିଏ ତାଙ୍କୁ ସାହା ହେବ,  ସେଇ ଚିନ୍ତାରେ ଏବେ ଶଯ୍ୟାଶାୟୀ ଅର୍ଜୁନ। ।ମସ୍ତିକ ପକ୍ଷାଘାତର ଶିକାର ପତ୍ନୀଙ୍କ ସହ ସରକାରୀ ସହାୟତାକୁ ଅନାଇ ବସିଥିବା ଅର୍ଜୁନ ମହାନ୍ତଙ୍କ ଦୁର୍ଦ୍ଦଶା ଦେଖିଲେ ନିଶ୍ଚିତ ଦୁଃଖ ଲାଗିବ। ଅର୍ଜୁନ କି ସୁରେନ୍ଦ୍ରଙ୍କ ଭଳି କେନ୍ଦୁଝର ସଦର ବ୍ଲକର ଆହୁରି ଅନେକ ବୟସ୍କ ହିତାଧିକାରୀ ଏବେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସରକାରୀ ଚାଉଳ ଗଣ୍ଡାକ ଓ ଭତ୍ତା ଉପରେ ଭରସା କରି ଚଳୁଥିବା ଏହି ଅସହାୟଙ୍କ ପାଇଁ ତୁରନ୍ତ ଜିଲ୍ଲାପ୍ରଶାସନ ଆକ୍ସନକୁ ଆସିବାକୁ ଦାବି ହୋଇଛି ।

   Related Posts