ଏଣିକି ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ, ସବୁ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ସଚିବଙ୍କ ଚିଠି
8/08/2023 at 5:29 PM

ଭୁବନେଶ୍ବର ୮।୮: ଏଣିକି ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ।
ପୂର୍ବରୁ ସ୍କୁଲ ଗୁଡିକରେ ଆଧାର କାର୍ଡ ବାଧ୍ୟତାମୂଳକ ଥିଲା । ଏହାକୁ ଆଧାର କରି ଉଦଳାରେ ଜଣେ ଛାତ୍ରୀଙ୍କ ନାମଲେଖା ହୋଇପାରିନଥିବା ଜଣାପଡିଛି । ଏହି ଘଟଣାକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ନାମଲେଖା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ରଖିପାରିବେ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି । ତେବେ ଯଦି ଏମିତି କୌଣସି ଘଟଣା ସାମ୍ନାକୁ ଆସେ ତେବେ ସେହି ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

You Can Read :
Related Posts
ଖୁବ ଶୀଘ୍ର ରାଜ୍ୟ ସରକାର ଆଣିବେ ସିନେମା ପଲିସି, ଓଡିଆ ଭାଷାକୁ ଦିଆଯିବ ଗୁରୁତ୍ୱ
28 November 2023