ଆଧାର କାର୍ଡଧାରୀଙ୍କୁ UIDAI ର ଚେତାବନୀ ; ୧୨ ଡିଜିଟ୍ ନମ୍ବର ଯାଞ୍ଚ କରନ୍ତୁ ନଚେତ୍ ଏହି ସବୁ ସମସ୍ୟାର କରିବେ ସାମ୍ନା

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୦୭ : ଆଜିକାଲି ବିନା ଆଧାର କାର୍ଡରେ କୌଣସି କାର୍ଯ୍ୟ କରିବା ଅସମ୍ଭବ । ପିଲାଙ୍କର ଆଡମିସନ୍ କରିବା ଠାରୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଗଲାଣି । କାରଣ ଆଧାର କାର୍ଡରେ ଥିବା ସମସ୍ତ ତଥ୍ୟ ଗୁଡିକ ଅପଡେଟ୍ ହେବା ଜରୁରୀ ଅଟେ । କାରଣ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି ଯାହାକି ଫର୍ଜି ବା ନକଲି ଆଧାର କାର୍ଡ ତିଆରି କରି ବିଭିନ୍ନ ସ୍ଥାନରେ ଦେଉଛନ୍ତି ପରେ ଜଣାପଡୁଛି ଯେ ଆଧାର କାର୍ଡରେ ଥିବା ନମ୍ବର ଭୁଲ ଅଟେ । ଏହାକୁ ଦୃଷ୍ଟିରେ ରଖି UIDAI ଲୋକଙ୍କୁ ଚେତାବନୀ ଦେଇଛି । କଣ ରହିଛି ଏହାର ପୁରା ମାମଲା ଓ କିପରି ରକ୍ଷା ପାଇବେ ଏହି ଠକେଇରୁ ଜାଣନ୍ତୁ ।

ସମସ୍ତ ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ନମ୍ବର ନୁହେଁ

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଚେତାବନୀ ଦେଇଛି ଯେ ସମସ୍ତ ୧୨ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଆଧାର ଭାବରେ ବିବେଚନା କରାଯିବା ଉଚିତ ନୁହେଁ । UIDAI ଅନୁଯାୟୀ, ଆଧାରକୁ ପରିଚୟ ପ୍ରମାଣ ପତ୍ର ଭାବରେ ଗ୍ରହଣ କରୁଥିବାବେଳେ ଏହାର ଯାଞ୍ଚ କରାଯିବା ନିହାତି ଆବଶ୍ୟକ ।

ଟ୍ୱିଟ୍ କରି ସତର୍କ କରିଛି UIDAI

ଟ୍ୱିଟ କରି UIDAI କହିଛି ଯେ, ଏହି ସତର୍କ ସୂଚନା କରାଇଛି ଯେ ସମସ୍ତ ୧୨ଟି ଡିଜିଟାଲ ନମ୍ବର ଆଧାର ନୁହେଁ। ଏହି କାରଣରୁ, UIDAI ପରାମର୍ଶ ଦେଇଛି ଯେ ଏହାକୁ ପରିଚୟ ପତ୍ର ଭାବରେ ଗ୍ରହଣ କରିବା ପୂର୍ବରୁ ଆଧାର କାର୍ଡର ଯାଞ୍ଚ କରାଯିବା ଉଚିତ୍। ଏପରି ପରିସ୍ଥିତିରେ, ଯଦି ଆପଣ କୌଣସି କାମ କରୁଛନ୍ତି, ଯେଉଁଥିରେ ଆପଣଙ୍କୁ କାହାର ଆଧାର ଦରକାର ହେଉଛି ତେବେ ନିଶ୍ଚିତ ଭାବରେ ଏହାକୁ ଯାଞ୍ଚ କରନ୍ତୁ । ତାଙ୍କ ଦ୍ୱାରା ଦିଆଯାଇଥିବା ଆଧାର ନମ୍ବରଟି ଠିକ ଅଛି କି ନାହିଁ । ଆଧାର ନମ୍ବର ଯାଞ୍ଚ କରିବା ପାଇଁ UIDAI ମଧ୍ୟ ନିଜେ ଏକ ପଦ୍ଧତି ଜାରି କରିଛି ।

ଏହା ପାଇଁ ସିଧା UIDAI ଦ୍ବାରା ଜାରି କରାଯାଇଥିବା ଲିଙ୍କ ଉପରେ ଯାଆନ୍ତୁ (resident.uidai.gov.in/verify)

ବର୍ତ୍ତମାନ ସେଠାରେ ଆପଣଙ୍କୁ ଆଧାର କାର୍ଡରେ ଥିବା ୧୨ ଅଙ୍କ ବିଶିଷ୍ଟ ନମ୍ବରରେ ଦେବାକୁ ପଡିବ । captcha ଭରିବା ପରେ ଭେରିଫାଏ ବଟନ ଉପରେ କ୍ଲିକ୍ କରିବେ ।

ଏହା କଲା ପରେ ଆପଣଙ୍କୁ ଜଣା ପଡିଯିବ ଯେ ଦିଆଯାଇଥିବା ଆଧାର କାର୍ଡର ନମ୍ବର ସଠିକ୍ ଅଛି ନା ନାହିଁ । ଯଦି ଏହା ଠିକ୍ ଅଛି ତେବେ ଏହି ୧୨ ଅଙ୍କ ଆଧାର ନମ୍ବର ସ୍କ୍ରିନରେ ଦେଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.