ସବୁ ସମୟରେ ଆଧାର ବ୍ୟବହାର କରୁଥିଲେ ସତର୍କ ରୁହନ୍ତୁ, UIDAIର ପରାମର୍ଶ

Published By : Prameya-News7 Bureau | December 30, 2022 IST

ନୂଆଦିଲ୍ଲୀ: ଆଧାର ବ୍ୟବହାର ସମୟରେ ଅଧିକ ସତର୍କ ରହିବା ପାଇଁ ଅନୁରୋଧ କରିଛି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) । ଏହାସହ ବ୍ୟାଙ୍କ ଖାତା, ପାନ କିମ୍ୱା ପାସପୋର୍ଟ ପରି ଅନ୍ୟ ପରିଚୟ ପତ୍ରର ବ୍ୟବହାର ପରି ଏହାର ବ୍ୟବହାର ସମୟରେ ମଧ୍ୟ ସତର୍କ ରହିବା ଦରକାର ବୋଲି ପ୍ରାଧିକରଣ କହିଛି ।

ଆଧାର ନମ୍ୱର ଜାରି କରୁଥିବା ୟୁଆଇଡିଏଆଇ କହିଛି ଯେ ଦେଶବାସୀଙ୍କୁ ନିଜର ଆଧାର କାର୍ଡ କିମ୍ୱା ଏହାର କୌଣସି ଫଟୋକପିକୁ ବାହାରେ ଛାଡିବା ଠିକ ନୁହେଁ । ଏହାସହ ସୋସିଆଲ ମିଡିଆ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନରେ ନିଜର ଆଧାର ନମ୍ୱର ସେୟାର କରିବା ଠାରୁ ଦୂରେଇ ରହିବା ଦରକାର ।

ଏହାସହ ପ୍ରଧିକାରଣ କହିଛି ଯେ ଆଧାର କ୍ରମିକ ସଂଖ୍ୟାର ବ୍ୟବହାର କରିବା ସମୟରେ ମୋବାଇଲ ଫୋନକୁ ଆସୁଥିବା ଆଧାର ଓଟିପି କୌଣସି ଅଜଣା ବ୍ୟକ୍ତିଙ୍କୁ ନ ଦିଆଯିବା ଦରକାର । ଏହାଛଡା ଏମ-ଆଧାରର ଫିନ୍ ନମ୍ୱର ମଧ୍ୟ ଅନ୍ୟକୁ ନ ଦେବା ପାଇଁ ପ୍ରାଧିକରଣ ପରାମର୍ଶ ଦେଇଛି । ୟୁଆଇଡିଏଆଇ ନିଜ ପରାମର୍ଶରେ କହିଛି ଯେ ନିଜ ଆଧାର କାର୍ଡର ବ୍ୟବହାର ବିଶ୍ୱାସର ସହ କରିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.