ତାରାଙ୍କ ସହ ବ୍ରେକ୍‌ଅପ୍ ପରେ ମିଷ୍ଟ୍ରି ଗର୍ଲ ସହ ନଜର ଆସିଲେ ଆଦାର, ସାମ୍ନାକୁ ଆସିଲା ଭିଡିଓ…

Published By : Prameya-News7 Bureau | November 12, 2023 IST

ମୁମ୍ଵାଇ ୧୨।୧୧: ବର୍ତ୍ତମାନ ବି ଟାଉନ୍‌ରେ ତାରା ସୂତାରିଆ ଏବଂ ଆଦାର ଜୈନଙ୍କ ବ୍ରେକଅପ୍ ସବୁଆଡେ ଆଲୋଚନା ହେଉଛି। ଏନେଇ ତାରା ନିଶ୍ଚିତ କରିଛନ୍ତି ଯେ ସେ ବର୍ତ୍ତମାନ ସେ ସିଙ୍ଗଲ ଅଛନ୍ତି। ତାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।  ଏହି କପଲଙ୍କ ବ୍ରେକଅପ୍ ଖବର ଲୋକଙ୍କ ପାଇଁ ଅତ୍ୟନ୍ତ ଚକିତ କରିଛି। ଏହି ସମୟରେ, ପ୍ରଶଂସକମାନେ ଆଉ ଝଟକା ପାଇଛନ୍ତି । ବର୍ତ୍ତମାନ ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହା ଦେଖିବା ପରେ ଲାଗୁଛି ଯେ ତାରା ସହିତ ବ୍ରେକଅପ୍ ହେବାର କିଛି ଦିନ ପରେ ଆଦାର ପୁଣି ଥରେ ପ୍ରେମରେ ପଡିଛନ୍ତି।

ଗତକାଲି ରାତିରେ କରୀନା କପୁରଙ୍କ ଦିୱାଲୀ ପାର୍ଟୀରେ ଆଦାର ଜଣେ ମିଷ୍ଟ୍ରି ଗର୍ଲଙ୍କ ସହିତ ନଜର ଆସିଥିଲେ। କେବଳ ଏତିକି ନୁହେଁ ଗଣମାଧ୍ୟମ ଆଗରେ ଆଦାର ସେହି ଯୁବତୀଙ୍କ ହାତ ଧରିଥିଲେ। ଦୁହେଁ ପରସ୍ପରର ହାତ ଧରି ପାର୍ଟିରେ ପ୍ରବେଶ ଲେ। ବର୍ତ୍ତମାନ ସେମାନଙ୍କୁ ଦେଖିଲେ ଲାଗୁଛି ଯେପରି ଦୁହେଁ ଡେଟିଂ କରୁଛନ୍ତି । ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହି ଭାଇରାଲ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ମିଷ୍ଟ୍ରି ଗର୍ଲ କିଏ ।  ତାହାକୁ ନେଇ ବର୍ତ୍ତମାନ ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି?

ଆଦାରଙ୍କ ନୂଆ ଗର୍ଲଫ୍ରେଣ୍ଡର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ଝିଅଟି ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। କିନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିସହ ପ୍ରଶଂସକମାନେ ମଧ୍ୟ ଏଥିରେ ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, 'ଏହା କନଫର୍ମ କି ସେ ତାଙ୍କ ଗର୍ଲଫ୍ରେଣ୍ଡ?' ଆଉ ଜଣେ ଲେଖିଛନ୍ତି, ' ନୂଆ ଗର୍ଲଫ୍ରେଣ୍ଡ ମିଳିଲା, ତାରା ବହୁତ ସୁନ୍ଦର ଥିଲେ।

wp:embed {"url":"https://www.prameyanews7.com/saira-banu-met-prime-minister-narendra-modi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/saira-banu-met-prime-minister-narendra-modi/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.