ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁ ପାଇଁ ୟୁଟ୍ୟୁବରଙ୍କୁ ୧୫ବର୍ଷ ଜେଲ୍ : ଗର୍ଭବତୀ ପ୍ରେମିକାଙ୍କୁ ପ୍ରବଳ ଶୀତରେ ବାଲକନିରେ ଘଣ୍ଟା ଘଣ୍ଟା ଧରି ବସାଇ ରଖି କରିଥିଲେ ଲାଇଭ ଷ୍ଟ୍ରିମିଂ

Published By : Prameya-News7 Bureau | December 05, 2020 IST

ମସ୍କୋ ୫/୧୨: ୟୁଟ୍ୟୁବରଙ୍କୁ ତାଙ୍କ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଏହି ୟୁଟ୍ୟୁବର ଲାଇଭ ପ୍ରସାରଣ ସମୟରେ ନିଜ ପ୍ରେମିକାଙ୍କ ସହ ଅତ୍ୟନ୍ତ କୃର ଆଚରଣ କରିଥାନ୍ତି। ୩୦ବର୍ଷୀୟ ଋଷୀୟ ଯୁବକଙ୍କୁ ନିଜ ଗର୍ଲଫ୍ରେଣ୍ଡଙ୍କୁ ଲାଇଭ ଷ୍ଟ୍ରିମିଂ ସମୟରେ ହାଇପୋଥର୍ମିଆରେ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି।
ୟୁଟ୍ୟୁବର ଷ୍ଟାସ୍ ରିଫଲେଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ନିଜ ଗର୍ଭବତୀ ଗର୍ଲଫ୍ରେଣ୍ଡ ଭେଲେଣ୍ଟିନା ଗ୍ରିଗୋରେଭାଙ୍କୁ ବିନା ପୋଷାକରେ ମାଇନସ୍ ଜିରୋ ଡିଗ୍ରୀ ତାପମାତ୍ରାରେ ଘରର ବାଲକନିରେ ବସିବାକୁ ବାଧ୍ୟ କରିଥିଲେ। ମସ୍କୋରେ ଛାତିଥରା ଶୀତରେ ଘଣ୍ଟା ଘଣ୍ଟା ଧରି ବାଲକନିରେ କେବଳ ଅଣ୍ଡରଓ୍ବେୟର ପିନ୍ଧି ବସି ରହିବା ଯୋଗୁଁ ୨୮ବର୍ଷର ଭେଲେଣ୍ଟିନାଙ୍କ ମୃତ୍ୟୁ ହୋଇଯାଇଛି।

{"id":373049,"sizeSlug":"large"}

ଷ୍ଟାସ୍ ରିଫଲେଙ୍କ ନାଁରେ ପ୍ରସିଦ୍ଧ ଏହି ୟୁଟ୍ୟୁବରଙ୍କ ଅସଲ ନାଁ ଷ୍ଟାନିସ୍ଲାଭ ରେଶେତନିକୋଭ। ଲାଇଭ ଷ୍ଟ୍ରିମିଂ ସମୟରେ ୟୁଟ୍ୟୁବର ଭେଲେଣ୍ଟିନା ଉପରେ ଲଙ୍କା ସ୍ପ୍ରେ ମଧ୍ୟ କରିଥିଲେ। ପୋଲିସ୍ ୟୁଟ୍ୟୁବର ସହ ତାଙ୍କ ପ୍ରେମିକାଙ୍କ ମୃତ୍ୟୁକୁ ନେଇ ମଧ୍ୟ ପଚରାଉଚୁରା କରିଥିଲେ। ଏଥିପାଇଁ ୟୁଟ୍ୟୁବରଙ୍କୁ ଅତି କମ୍‌ରେ ୧୫ବର୍ଷର ଦଣ୍ଡ ହୋଇପାରେ।

{"id":373057,"sizeSlug":"large"}

ଏହି ମାମଲାକୁ ନେଇ ତୁରନ୍ତ ତଦନ୍ତ ଆରମ୍ଭ ହୋଇ ଯାଇଛି। ଫେମିନିଷ୍ଟ୍ ଆକ୍ଟିଭିଷ୍ଟ ଲିଜା ଲେଜରସନ ଭେଲେଣ୍ଟିନାଙ୍କ ସମର୍ଥନରେ ସ୍ବର ଉଠାଇଛନ୍ତି। ଲିଜା ୟୁଟ୍ୟୁବରେ ମହିଳାଙ୍କ ବିବାଦୀୟ ଫଟୋ ଏବଂ ଭିଡିଓ ଦେଖାଉଥିବା ଚ୍ୟାନେଲଗୁଡ଼ିକ ବ୍ୟାନ୍ କରିବାକୁ ଦାବି କରିଛନ୍ତି।

{"id":373053,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.