କନଷ୍ଟେବଳଙ୍କୁ ମରଣାତ୍ମକ ଆକ୍ରମଣ, ଫେରାର ମାରିଲା ଥାନାରେ ଅଟକ ଯୁବକ

Published By : Prameya-News7 Bureau | May 26, 2024 IST

ଲମତାପୁଟ: ପୋଲିସକୁ ପିଟି ଫେରାର ମାରିଲା ଅଭିଯୁକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ନନ୍ଦପୁର ଥାନାରେ। 

ସୂଚନା ଅନୁଯାୟୀ, 

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ହିକୁମ୍‌ପୁଟ ଗ୍ରାମ ପଞ୍ଚାୟତର ଖିଲୁଆଁ ଗ୍ରାମରେ ନାବାଳିକା  ଝିଅର ଅପହରଣ ଘଟଣାରେ ତଦନ୍ତ ଅନୁଯାୟୀ ପୋଲିସ କିଛି ଲୋକଙ୍କୁ ଅଟକ ରଖିଥିଲା ନନ୍ଦପୁର ପୋଲିସ। ସେମାନଙ୍କ ମଧ୍ୟରେ ପାତ୍ରପଣ୍ଡି ଗାଁର ସାହିଲ ନାମକ ଜଣେ ଯୁବକ ମଧ୍ୟ ରହିଥିଲା ।

ହେଲେ ରବିବାର, ଥାନାରେ ଜଣେ କନଷ୍ଟେବଳ ଥିବାର ସୁଯୋଗ ନେଇ ଥାନା ପରିସରରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା ସାହିଲ। ସାହିଲ ଥାନାରେ ଥିବା ଏକ କାଠ ବନ୍ଧୁକରେ ଆକ୍ରମଣ କରୀ ଫେରାର ହୋଇଯାଇଛି।  ଗୁରୁତର ଅବସ୍ଥାରେରେ କନଷ୍ଟେବଳ ଭୂଷିତ ଟାକ୍ରିଙ୍କୁ ନନ୍ଦପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.