ଦୁର୍ଘଟଣାରେ ଚାଲିଗଲା ଯୁବ ଡାକ୍ତରଙ୍କ ଜୀବନ, ଡିସେମ୍ବରରେ ହୋଇଥାନ୍ତା ନିର୍ବନ୍ଧ
24/09/2023 at 4:48 PM

ଭୁବନେଶ୍ବର: ଦୁଃଖ କେତେ ବେଳେ ଯେ ଆସିବ ତା କଥା କେହି କହିପାରିବେନି। କପାଳରେ ଯାହା ଲେଖା ଅଛି ସେଇଆ ହୁଏ। ବେଳେ ବେଳେ ଏମିତି କିଛି ଘଟଣା ଆମ ସହ ଘଟିଥାଏ, ଯାହ କଳ୍ପନା ବାହାରେ । ଆଉ ସେହି ଦୁଃଖ ଶକ୍ତ ଆଘାତ ଦେବା ସହ କ୍ଷଣିକ ମଧ୍ୟରେ ପରିବାରର ସବୁକିଛି ଛଡ଼େଇ ନେଇଥାଏ । ସେମିତି ଏକ ହୃଦୟ ବିଦାରକ ଘଟଣା। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଚାଲିଗଲା ଜୀବନ। ଡ଼ିସେମ୍ବରରେ ନିର୍ବନ୍ଧ, ଫେବୃଆରୀରେ ହୋଇଥାନ୍ତା ବାହାଘର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ତା ପୂର୍ବରୁ ସଡକ ଦୁର୍ଘଟଣାରେ ଚାଲିଗଲେ ଯୁବ ଡାକ୍ତର। ମୃତ ଡାକ୍ତର ହେଲେ ଅମିତ ବିଷୋୟୀ। ଏଭଳି ଦୁଃଖଦ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ।
ଶନିବାର ବିଳମ୍ବିତ ରାତିରେ ବମିଖାଲ ଓଭରବ୍ରିଜ୍ ତଳେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାତି ପ୍ରାୟ ସାଢେ ୧୦ଟା ୪୮ ମିନିଟ ବେଳେ କାର ନମ୍ବର ଓଡି ୦୨ ଏଟି୨୦୬୧ ରସୁଲଗଡ଼ ପଟୁ ଦ୍ରୁତଗତିରେ ଆସୁଥିଲା। ବମିଖାଲ ଓଭରବ୍ରିଜ୍ ତଳେ ଯିବା ବେଳେ କାରଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା ଓ ସମ୍ମୁଖ କାରଟି ଭାଙ୍ଗି ଚୁରମାର ହୋଇଯାଇଛି। କାରରେ ଥିଲେ ଯୁବ ଡାକ୍ତର ଅମିତ ବିଶୋୟୀ। ସେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।
ଆହୁରି ପଢ଼ନ୍ତୁ: ବମିଖାଲରେ କାର୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
ସେ ଏମରଜେନ୍ସି ସାରି ଫେରୁଥିବାବେଳେ ଘଟିଥିଲା ଘଟଣା। ତାଙ୍କ ଘର ବ୍ରହ୍ମପୁର ଆମ୍ବଗଡ଼ରେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଅମିତଙ୍କ ମୃତ୍ୟୁ ହୋଇଛି। ଆସନ୍ତା ଡିସେମ୍ବର ୧୦ରେ ବାହାଘର ପାଇଁ ତାଙ୍କର ରିଙ୍ଗସେରୀମାନି ବା ନିର୍ବନ୍ଧ ଥିଲା। 2024 ଫେବୃଆରୀ ୨୮ରେ ହୋଇଥାନ୍ତା ବାହାଘର। ଲକ୍ଷ୍ମୀସାଗର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି। କ୍ୟାପିଟାଲ ହସ୍ପିଟାଲ ରେ ପୋଷ୍ଟମୋର୍ଟାମ କରି ପରିବାର ଲୋକଙ୍କୁ ଡେଡ଼ ବଡ଼ି ହସ୍ତାନ୍ତର କରଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛୁ ସେହି ସ୍ଥାନରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଦୁର୍ଘଟଣା ଘଟିଛି। ଅସଜଡା ରାସ୍ତା ପାଇଁ ଦୁର୍ଘଟଣା ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା କାରଣରୁ ଦୁର୍ଘଟଣାମାନ ଘଟି ସାଧାରଣରେ ଜୀବନ ଚାଲିଯାଉଛି। ଏହାପ୍ରତି ନାଁ ଅଛି ସରକାରଙ୍କ ନିଘା।
ଆହୁରି ପଢ଼ନ୍ତୁ: ଭୀଷଣ ସଡ଼କ ଦୁର୍ଘଟଣା; ଟ୍ରକ୍କୁ ପିଟିଲା ସ୍କୁଲ୍ ବସ୍, ପ୍ରିନ୍ସିପାଲ୍ ସହ ଜଣେ ଛାତ୍ରୀ ମୃତ