ପାଣିରେ ବୁଡ଼ି ବ୍ୟକ୍ତିଙ୍କ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | August 14, 2020 IST

ଅନୁଗୁଳ୧୪/୮: ନନ୍ଦିରା ଜୋରରେ ଭାସି ଜଣେ ବ୍ୟକ୍ତିଙ୍କ ନିଖୋଜ। ନିଖୋଜ ବ୍ୟକ୍ତି ହେଲେ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଖୋଲୁଆ ଗାଁର ମହରଗା ସାହୁ। ତାଙ୍କ ବୟସ ୬୫ ବର୍ଷ। ସେ ଗାଈ ଚରାଇବାକୁ ଯାଇଥିଲା ବେଳେ ପାଣି ସ୍ରୋତରେ ଭାସି ଯାଇଥିବା ତାଙ୍କ ପୁଅ କହିଛନ୍ତି। ଗାଈ ଚରାଉଥିବା ବେଳେ ବର୍ଷା ଯୋଗୁଁ ହଠାତ ପାଣି ଆସି ଯାଇଥିଲା। ତାକୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସେଠାରେ ପହଁଞ୍ଚି ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଛନ୍ତି। ଏଥିସହ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.