Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗୋଟିଏ ସନ୍ତାନକୁ ଦୁଇ ଥର ଜନ୍ମ ଦେବେ ମହିଳା

29/08/2022 at 11:35 AM

ନୂଆଦିଲ୍ଲୀ ୨୯।୦୮: ଗୋଟିଏ ପିଲାକୁ ଜନ୍ମ ଦେବା ସମୟରେ ମା’ଙ୍କୁ ବିଭିନ୍ନ ପ୍ରକାର କଷ୍ଟ ସହିବାକୁ ପଡ଼ିଥାଏ । ସମୟ ସମୟରେ ମା’ଙ୍କ ଜୀବନପ୍ରତି ବି ବିପଦ ସୃଷ୍ଟି ମଧ୍ୟ ହୁଏ । ତେବେ ଆମେରିକାର ଜଣେ ମହିଳା ନିଜ ପିଲାକୁ ଦୁଇଥର ଜନ୍ମ ଦେବାକୁ ଯାଉଛନ୍ତି । ସେ ହେଲେ ଜ୍ୟାକଲିନ୍‌ ସ୍କୁମର । ଜ୍ୟାକଲିନ୍‌ଙ୍କର ଗର୍ଭସ୍ଥ ଶିଶୁକୁ ସ୍ପିନା ୱାଇକିଡା ନାମକ ଏକ ରୋଗ ଥିଲା । ଏହି ରୋଗ ଫଳରେ ଶିଶୁର ମେରୁଦଣ୍ଡ ହାଡ଼ ଠିକ୍‌ ଭାବେ ବିକଶିତ ହୋଇ ନାହିଁ। ଡାକ୍ତରମାନେ ପରୀକ୍ଷା କରିବା ସମୟରେ ଜ୍ୟାକଲିନ୍‌ଙ୍କ ଗର୍ଭସ୍ଥ ପିଲାଠାରେ ଥିବା ଏହି ରୋଗ ସଂପର୍କରେ ଜାଣିପାରିଲେ ।

ପରେ ୨୩ତମ ସପ୍ତାହରେ ଶିଶୁକୁ ମା’ ପେଟରୁ ବାହାର କରାଗଲା । ତା’ର ମେରୁଦଣ୍ଡରେ ଅସ୍ତ୍ରୋପଚାର କରାଗଲା । ତା’ ପରେ ତାକୁ ପୁଣି ଥରେ ମା’ ଗର୍ଭରେ ଛାଡ଼ି ଦିଆଗଲା । ୧୪ ସପ୍ତାହ ପରେ ଯାଇ ଜ୍ୟାକଲିନ୍‌ ଦ୍ୱିତୀୟ ଥର ଲାଗି ନିଜ ପିଲାକୁ ଜନ୍ମ ଦେବେ । ବର୍ତ୍ତମାନ ତାଙ୍କୁ ସଂପୂର୍ଣ୍ଣ ଭାବେ ବିଶ୍ରାମ କରିବାକୁ କୁହାଯାଇଛି । ସେ ନିୟମିତ ଭାବେ ଡାକ୍ତରଙ୍କ ସହ ସଂପର୍କରେ ଅଛନ୍ତି ।

   Related Posts