Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଅନେକ ଦିନ ଧରି ନିଖୋଜ ଥିଲେ ମହିଳା, ବ୍ୟାଗ୍‌ରୁ ମିଳିଲା ଗଳିତ ଶବ, ୨୨ ବର୍ଷୀୟ ଝିଅ ଗିରଫ

15/03/2023 at 5:07 PM

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ପ୍ଲାଷ୍ଟିକ ବ୍ୟାଗ୍‌ରୁ ଜଣେ ମହିଳାଙ୍କ ଗଳିତ ଶବ ପୋଲିସ୍ ଉଦ୍ଧାର କରିଛି। ମହିଳାଙ୍କ ବୟସ  ୫୦ରୁ ୫୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପୋଲିସ୍ ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଏହି ଘଟଣାରେ ପୋଲିସ୍ ମୃତ ମହିଳାଙ୍କ ଝିଅକୁ ଗିରଫ  କରିଛି।

ମହିଳା ଗଳିତ ଶବ ଲାଲବାଗ ଅଞ୍ଚଳର ଇବ୍ରାହିମ କାସିମ କୋଠାର ପ୍ରଥମ ମହଲାରେ ଏକ ପ୍ଲାଷ୍ଟିକ ବ୍ୟାଗ୍‌ରୁ ମିଳିଛି। ପୋଲିସ୍ ଘଟଣାରେ ୨୨ ବର୍ଷୀୟ ଝିଅକୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରୁଥିବା ଡିସିପି ପ୍ରବୀଣ ମୁଣ୍ଡେ କହିଛନ୍ତି। ମୃତ ମହିଳାଙ୍କ ନାମ ହେଉଛି ବୀଣା ପ୍ରକାଶ ଜୈନ।

ମୁମ୍ବାଇ ପୋଲିସ୍ କହିଛି, ମଙ୍ଗଳବାର ସନ୍ଧ୍ୟାରେ ଘଟଣା ବିଷୟରେ ସେମାନଙ୍କୁ ସୂଚନା ମିଳିଥିଲା। ତଦନ୍ତ ଜାରି ରହିଛି ଏବଂ ହତ୍ୟାର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ୍ ଅଧିକାରୀ କହିଛନ୍ତି। ପୋଲିସ୍ ସୂତ୍ର ଅନୁଯାୟୀ, ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଅନେକ ଦିନରୁ ମହିଳାଙ୍କୁ ହତ୍ୟା କରାଯାଇଛି। ତେବେ ମହିଳାଙ୍କ ଭାଇ କଲାଚୌକି ଥାନାରେ ନିଖୋଜ ମାମଲା ରୁଜୁ କରାଇଥିଲେ।

ପଡୋଶୀ ପୋଲିସକୁ  ଜଣାଇଛନ୍ତି ଯେ, ପାଖାପାଖି ଦୁଇ ମାସ ହେବ ସେମାନେ ମହିଳାଙ୍କୁ ଦେଖିନଥିଲେ। କିନ୍ତୁ ଶବ ସଢିଯିବା ସତ୍ତ୍ଵେ ବି ଏତେ ଦିନ ଧରି ପଡୋଶୀ କିମ୍ବା ପୋଲିସ୍ ଏହାର କୌଣସି ସୁରାକ ପାଇନଥିଲେ, ଯାହା ଚକିତ କରୁଛି।

ପୋଲିସ୍ ଅନୁଯାୟୀ, ଧାରୁଆ ଅସ୍ତ୍ରରେ ମହିଳାଙ୍କ ଶବକୁ ଖଣ୍ଡ ଖଣ୍ଡ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଫରେନ୍ସିକ ଦଳକୁ ଘଟଣାସ୍ଥଳକୁ ପଠାଇ  ପରିବାର ଲୋକଙ୍କ ଉପସ୍ଥିତିରେ ଶବର ଚିହ୍ନଟ କରାଯାଇଥିଲା। ତେବେ ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ୍ କହିଛି।

   Related Posts