ଅନଲାଇନ ପ୍ରେମିକକୁ ଭେଟିବାକୁ ଯାଇଥିଲେ ୩ ହଜାର ମାଇଲ୍, ଅଙ୍ଗ ପାଇଁ ହତ୍ୟା କରିଦେଲା…
26/11/2022 at 6:43 PM

ନୂଆଦିଲ୍ଲୀ, ୨୬/୧୧: ଅନଲାଇନ୍ ଡେଟ୍ କରିବା ଏବେ ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି। କାରଣ ଅନଲାଇନରୁ ଆରମ୍ଭ ହୋଇଥିବା ଶ୍ରଦ୍ଧା-ଅଫତାବ ପ୍ରେମ କାହାଣୀର ଭୟଙ୍କର ପରିଣତି ଏବେ ସମସ୍ତଙ୍କ ସାମ୍ନାରେ। ଏହି ହତ୍ୟା ମାମଲା ଗୋଟିଏ ପଟେ ଭଲପାଇବା ଉପରେ ପ୍ରଶ୍ନ ଉଠାଇଥବାବେଳେ ଏବେ ପୁଣି ଥରେ ଏଭଳି ଏକ ସାମ୍ନାକୁ ଆସିଛି। ଯାହା ପୁଣିଥରେ ଭଲପାଇବା ଉପରେ ପ୍ରଶ୍ନ ଉଠାଇଛି।
କାରଣ ଜଣେ ମେକ୍ସିକାନ୍ ମହିଳାଙ୍କ ସହ ଘଟିଛି ଏଭଳି ଏକ ବିଭତ୍ସ ଘଟଣା। ସବୁଠୁ ବଡ଼ କଥା ହେଉଛି ମହିଳା ଜଣକ ନିଜ ପ୍ରେମ ପାଇଁ ଅନଲାଇନ୍ ପ୍ରେମିକଙ୍କୁ ଭେଟିବାକୁ ଆସିଥିଲେ। ଆଉ ଏହି ସମୟରେ ହିଁ ତାଙ୍କୁ ହତ୍ୟା କରାଯାଇଥିଲା।
ମହିଳା ଜଣକ ହେଉଛନ୍ତି ୫୧ ବର୍ଷୀୟ ବ୍ଳାନ୍ସା ଓଲିଭିଆ ଆରଲ୍ଲାନୋ ଗୁଟିଅରେଜ୍, ସେ ଏକ ତାଙ୍କର ପୁରୁଷ ବନ୍ଧୁ ଜୁଆନ ପାବ୍ଳୋଙ୍କୁ ଦେଖାକରିବାକୁ ପେରୁ ଆସିଥିଲେ। କିନ୍ତୁ ତାଙ୍କର ଏହି ସ୍ବପ୍ନ ଭୟଙ୍କର ମୃତ୍ୟୁରେ ପରିଣତ ହୋଇଥିଲା। ଦୀର୍ଘ ୫ ହଜାର କିଲୋମିଟର ଯାତ୍ରା କରି ଜୁଆନଙ୍କୁ ଦେଖା କରିବାକୁ ଆସିଥିଲେ ବ୍ଲାନ୍ସା। କିନ୍ତୁ ପ୍ରେମିକର ଥିଲା କିଛି ଅନ୍ୟ ଯୋଜନା। ଶରୀରର ଅଙ୍ଗ ପାଇଁ କରିଥିଲା ହତ୍ୟା।
ତେବେ ବ୍ଲାନ୍ସାଙ୍କ ପେରୁ ଆାସିବା ପରେ ଦୀର୍ଘ ଦିନ ଧରି ଫେରିନଥିଲେ। ଯାହାପରେ ତାଙ୍କ ଝିଆରୀ ତାଙ୍କୁ ଖୋଜି ପେରୁ ପହଞ୍ଚିଥିଲେ ଏବଂ ବ୍ଳାନ୍ସାଙ୍କ ନିଖୋଜକୁ ନେଇ ସହାୟତା ମାଗିଥିଲେ। ଯାହାପରେ ପୋଲିସ୍ ତଦନ୍ତ କରିଥିଲା ଏବଂ ସଂପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା। ବ୍ଲାନ୍ସା ଅକ୍ଟୋବରରେ ପେରୁ ଯାଇଥିବାବେଳେ ନଭେମ୍ବର ୯ ରେ ତାଙ୍କର ମୃତଦେହ ମିଳିଥିଲା। ସେପଟେ ତାଙ୍କ ମୃତ୍ୟୁର ନ୍ୟାୟ ପାଇଁ ଏବେ ସ୍ବର ଉଠିଛି। ଅବଶ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।