ଅଳଙ୍କାର ଦୋକାନରୁ ୭ ଲକ୍ଷ ଟଙ୍କାର ହାର ଚୋରି କଲେ ମହିଳା, ସିସିଟିଭି ଭିଡିଓ ଭାଇରାଲ୍

Published By : Prameya-News7 Bureau | November 28, 2022 IST

ଗୋରଖପୁର: ସୁନାଗହଣା କିଣିବା ପାଇଁ ମହିଳା ଜଣକ ଅଳଙ୍କାର ଦୋକାନ ଗଲେ। ହେଲେ ଦୋକାନର କର୍ମଚାରୀ ସୁନା ଦେଖାଇବା ସମୟରେ ଚାଲାକି କରି ଅଳଙ୍କାର ଚୋରି କରି ନେଲେ ମହିଳା। ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଏବଂ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଘଟଣା ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଜୁଏଲାରୀ ଦୋକାନରେ ଘଟିଛି।

ସୂଚନା ଅନୁଯାୟୀ, ଗୋରଖପୁରର ବଲଦେଭ ପ୍ଲାଜା ସ୍ଥିତ ବେଚୁ ଲାଲ ସରାଫା ପ୍ରାଇଭେଟ୍ ଲିମିଟେଡ୍ ଅଳଙ୍କାର ଦୋକାନକୁ ଶାଢୀ ପିନ୍ଧି, ମୁହଁରେ ମାସ୍କ ଲଗାଇ ଏବଂ କଳା ରଙ୍ଗର ଚଷମା ପିନ୍ଧି ଜଣେ ମହିଳା ସୁନା କିଣିବାକୁ ଆସିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୋକାନର କର୍ମଚାରୀ  ବକ୍ସରେ ଥିବା ସୁନା ଦେଖାଉଥିବା ସମୟରେ ମହିଳା ଜଣକ ଚାଲାକି କରି ଗୋଟିଏ ନେକଲେସ ବକ୍ସ ନିଜ ଶାଢୀ ତଳେ ଲୁଚାଇ ଦେଉଛନ୍ତି। ପୁଣି ସୁନା ବାଛିବାର ଅଭିନୟ କରୁଛନ୍ତି। କିଛି ସମୟ ପରେ ଅନ୍ୟ ନେକଲେସକୁ ଫେରାଇ ଲୁଚାଇ ରଖିଥିବା ନେକଲେସ୍‌ ବକ୍ସକୁ ନେଇ ଯାଉଛନ୍ତି।  ଚୋରି ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇ ଯାଇଛି। ଏହି ଘଟଣା ନଭେମ୍ବର ୧୭ରେ ଘଟିଛି। ନେକଲେସର ମୂଲ୍ୟ ସାତ ଲକ୍ଷ ଟଙ୍କା ହୋଇଥିବା କୁହାଯାଉଛି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.