ପୁଣି ବିଚ୍‌ ରାସ୍ତାରେ କ୍ୟାବ୍‌ ଡ୍ରାଇଭରଙ୍କୁ ଚାପୁଡା-ଗୋଇଠା ମାରିଲେ ଯୁବତୀ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | November 18, 2021 IST

ନୂଆଦିଲ୍ଲୀ ୧୮/୧୧: ଯୁବତୀଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି କ୍ୟାବ୍‌ ଡ୍ରାଇଭର ? ନିକଟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ଯୁବତୀ କ୍ୟାବ ଡ୍ରାଇଭରଙ୍କୁ ମାଡ଼ ମାରୁଥିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏବେ ପୁଣି ଦେଶର ରାଜଧାନୀ ଦିଲ୍ଲୀରୁ ସମାନ ଚିତ୍ର ସାମ୍ନାକୁ ଆସିଛି । ଭାଇରାଲ୍‌ ଭିଡିଓରେ ଜଣେ ଯୁବତୀ  ଜଣେ ଡ୍ରାଇଭରଙ୍କୁ ଚାପୁଡ଼ା, ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। କେହି ପ୍ରତ୍ୟେକ୍ଷଦର୍ଶୀ ଯୁବତୀଙ୍କ କାଣ୍ଡ କାରନାମାର ଭିଡିଓ ସୁଟ୍‌ କରିଛନ୍ତି।

ଏହି ଭିଡିଓ ଦିଲ୍ଲୀର ପଟେଲ ନଗରର ହୋଇଥିବା ବେଳେ  ନଭେମ୍ବର ୧୭ ତାରିଖରେ ସେୟାର କରାଯାଇଛି। ଏବେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ଯୁବତୀ କ୍ୟାବ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ଚାପୁଡ଼ା ଏବଂ ଗୋଇଠା ମାରିଥିବା ଦେଖିବାକୁ ମିଳିଛି। କିନ୍ତୁ ମାଡ଼ ଖାଉଥିବା ଡ୍ରାଇଭର ଅସହାୟ ହୋଇ ଛିଡ଼ା ହୋଇଥିବା ବେଳେ କିଛି ପଥଚାରୀ ପାଖକୁ ଆସି ଯୁବତୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

wp:html /wp:html

ସେତେବେଳେ କେହି ଜଣେ ଏହି ସମୟର  ସମସ୍ତ ଦୃଶ୍ୟ ନିଜ ଫୋନ୍‌ରେ ରେକର୍ଡ କରିଥିଲେ । ଏହା ଦେଖିବା ପ​‌ରେ ସମ୍ପୃକ୍ତ ଯୁବତୀ  ଭିଡିଓ ରେକର୍ଡ କରୁଥିବା ବ୍ୟକ୍ତିଙ୍କୁ ଧମକ ଦେଇଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଜଣାପଡ଼ିଛି।  ଯୁବତୀ ଜଣଙ୍କ ଅନେକ ଲୋକଙ୍କ ଭିତରେ ଘେରି ହୋଇ ରହିଥିଲେ। ଏହି ସମୟରେ କିଛି ଲୋକ ବିଚ୍‌ ରାସ୍ତାରେ ହଙ୍ଗାମା ନକରିବାକୁ କହିଥିଲେ କିନ୍ତୁ କିଛି ସୁଫଳ ମିଳିନଥିଲା। କିଛି ମାସ ପୂର୍ବରୁ ଲକ୍ଷ୍ନୌର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥି​‌ରେ ଜଣେ ମହିଳା ଜଣେ କ୍ୟାବ୍‌ ଡ୍ରାଇଭରଙ୍କୁ ବିଚ୍‌ ରାସ୍ତାରେ ପିଟୁଥିବା ଦେଖିବାକୁ ମିଳିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.