ରାସ୍ତାରୁ ଟଙ୍କା ବିଡ଼ା ପାଇବା ପରେ ମହିଳା କଲେ ଏମିତି କାମ, ସମସ୍ତେ କରୁଛନ୍ତି ପ୍ରଶଂସା

Published By : Prameya-News7 Bureau | July 14, 2019 IST

ରାଞ୍ଚି:୧୪|୭: ଏହି ଦୁର୍ନୀତିଗ୍ରସ୍ତ ସମାଜରେ ଏବେ ବି ମାନବିକତା ବଞ୍ଚିଛି। ଏହି କିଛି ଟଙ୍କା ପାଇଁ ଲୋକେ ନିଜର ଭାବମୂର୍ତ୍ତି ବଦଳାଇ ଦେଉଛନ୍ତି। ଏହି କଳିଯୁଗରେ ଏମିତି ଜଣେ ମହିଳା ନିଜର ସଚ୍ଚୋଟ ପଣିଆ ପାଇଁ ପ୍ରଶଂସିତ ହୋଇଛନ୍ତି।

ଘଟଣାନୁଯାୟୀ, ରାଞ୍ଚିର କାକୈ ଅଞ୍ଚଳରେ ରହୁଥିବା ମହିଳା ରୂପା ଦେବୀ ସନ୍ଧ୍ୟାରେ ନିଜ ଝିଅ ସହିତ ବଜାରରୁ କିଛି ସାମଗ୍ରୀ ଆଣିବା ପାଇଁ ଆଲବର୍ଟ ଏକ୍କା ଚୌକରେ ପହଞ୍ଚିଥିଲେ। ରୂପାଙ୍କ ଝିଅ ଚାଓମିନ ଖାଇବା ପାଇଁ ପାଖରେ ଥିବା ଫାଷ୍ଟଫୁଡ଼ କାଉଣ୍ଟରକୁ ଯିବା ସମୟରେ ୫୦୦ ଟଙ୍କିଆ ବଣ୍ଡଲ ପଡ଼ିଥିବାର ଦେଖିଥିଲେ। ଏହି ବଣ୍ଡଲରେ ଥିଲା ୫୦ ହଜାର ଟଙ୍କା । ଏହି ବଣ୍ଡଲ ଉପରେ ଲେଖାଥିଲା ବ୍ୟାଙ୍କ ଅଫ ଇଣ୍ଡିଆ ।

ଏହାକୁ ଦେଖି ରୂପା ଦେବୀ ନକଲି ନୋଟ ବୋଲି ଭାବିଥିଲେ। ପରେ ଜାଣିବାକୁ ପାଇଲେ ଏହା ଅସଲି ଟଙ୍କା । ତେଣୁ ଏହି ୫୦ ହଜାର ଟଙ୍କାକୁ ବଲବର୍ଟ ଚୌକାରେ  ନିଜ ନାଁ ଥିବା ବ୍ୟାଙ୍କ ଏକାଉଣ୍ଟରେ ଜମା ରଖିବା ପାଇଁ ମନସ୍ଥିର କରିଥିଲେ ରୂପାଦେବୀ। ଏହି ଘଟଣା ପାଖରେ ଥିବା ଦୋକାନୀ ଜଣଙ୍କ ଜାଣିବା ପରେ ଏହି ଟଙ୍କା ହର୍ମୁ ବାସିନ୍ଦା ରାମ ଚନ୍ଦ୍ର ସିଂହଙ୍କର ବୋଲି କହିଥିଲେ। ରାମ ଚନ୍ଦ୍ର ୭୦ ହଜାର ଟଙ୍କା ବ୍ୟାଙ୍କରୁ ଉଠାଇଥିଲେ।

ଏହି ଟଙ୍କାକୁ ଗୋଟେ ୨୦ ହଜାର ଏବଂ ଆଉ ଗୋଟେ ୫୦ ହଜାର କରି ଦୁଇ ପାକେଟରେ ରଖିଥିଲେ। ତାଙ୍କ ପୁଅ ଆସି ପହଞ୍ଚିବାରୁ ମୋଟର ଯିବା ସମୟରେ ପଡ଼ିଯାଇଥିଲା ରାମ ଚନ୍ଦ୍ର କହିଥିଲେ। ରୂପାଦେବୀ ଏହି ୫୦୦ ଟଙ୍କିଆ ବଣ୍ଡଲକୁ ରାମଚନ୍ଦ୍ରଙ୍କ ହସ୍ତାନ୍ତର କରିଥିଲ। ରୂପାଦେବୀଙ୍କ ଏହିଭଳି ସଚ୍ଚୋଟ ପଣିଆ ଦେଖି ବଜାର ସମସ୍ତ ଦୋକାନୀ ପ୍ରଶଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.