ଝାରସୁଗୁଡ଼ା: ଲାଞ୍ଚ ନେଲା ବେଲେ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଏବଂ ଜଗୁଆଳି l ୧୫ ହଜାର ଲାଞ୍ଚ ନେଲା ବେଲେ ମାଡି ବସିଲା ଭିଜିଲାନ୍ସ ବିଭାଗ l ଧାରାପଡିଥିବା ମହିଳା ଫରେଷ୍ଟ ଗାର୍ଡ ଜଣକ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ ବୋଲି ସୂଚନା ମିଳିଛି l
ସୂଚନା ଅନୁଯାୟୀ, ଦଳଗାଁ ଗ୍ରାମ ପଂଚାୟତ ସୋଲପାଲି ଗାଁର ଅରବିନ୍ଦ ସେଟଙ୍କୁ ଗଛ କାଟିବା ପାଇଁ ଅନୁମତି ଦେଇଥିଲେ ଫରେଷ୍ଟ ଗାର୍ଡ ଝରଣା ସାହୁ। ତା ବଦଳରେ ୧୫ ହଜାର ଟଙ୍କାର ଲାଞ୍ଚ ଦେବାକୁ ଡିଲ୍ ହୋଇଥିଲା। ତେବେ ଅରବିନ୍ଦ ଭିଜିଲାନ୍ସକୁ ଏହି ଖବର ଦେଇଥିଲେ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଅରବିନ୍ଦ ଆଜି ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସର ଅଧିକାରୀ ଓ କର୍ମଚାରୀ ଫରେଷ୍ଟ ଗାର୍ଡ ଝରଣା ସାହୁ ଏବଂ ଜଗୁଆଳି ସଂଜୟ ବାରିକଙ୍କୁ ମାଡ଼ି ବସିଥିଲେ। ଜଗୁଆଳି ସଞ୍ଜୟଙ୍କ ପକେଟରୁ ଟଙ୍କା ବାହାର କରିଥିଲେ ଭିଜିଲାନ୍ସ ଅଧିକାରୀ।
wp:heading {"level":4}