ରାୟପୁର ୧୩।୧୦: ଛତିଶଗଡ଼ ହାଇକୋର୍ଟ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ରାୟ ମୁତାବକ ଛାଡପତ୍ର ପରେ ମହିଳା ତାଙ୍କ ଶ୍ୱଶୁର ଘରେ ରହିପାରିବେନି ବୋଲି କହିଛନ୍ତି। ଛତିଶଗଡ଼ ହାଇକୋର୍ଟଙ୍କ ଡଜିଭିଜନ ବେଞ୍ଚ ଏହି ରାୟ ଦେଇଛନ୍ତି। ମାମଲାରେ କୋର୍ଟ ସିଙ୍ଗଲ ବେଞ୍ଚ ପକ୍ଷରୁ ଜାରି କରାଯାଇଥିବା ଅବମାନନା ଆଦେଶକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।
ସୂଚନା ମୁତାବକ ବିଳାଶପୁରର ଶୈଳେଶ ଜାକବ ଓ ତାଙ୍କ ପତ୍ନୀ ମଲ୍ଲିକା ବଳଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହି ମାମଲାରେ ମଲ୍ଲିକା ଶ୍ୱଶୁର ଘରେ ତାଙ୍କ ରହିବା ପାଇଁ ପୃଥକ ଘର ଦିଆ ନଯିବାରୁ ଅବମାନନା ଆବେଦନ କରିଥିଲେ। ଏହି ପ୍ରକରଣରେ ହାଇକୋର୍ଟଙ୍କ ଡବଲ ବେଞ୍ଚ ଏବେ ରାୟ ଦେଇଛନ୍ତି।
କୁହାଯାଉଛି ବିଳାଶପୁରର ଜରହାଭାଟା ରହୁଥିବା ଶୈଳେଶ ଜାକବ ଓ ମଲ୍ଲିକା ବଳ ବିବାହ କରିବା ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲେ ଓ ସେମାନେ ପୃଥକ ହୋଇଯାଇଥିଲେ। ମଲ୍ଲିକା ଶୈଳେଶଙ୍କ ମା, ଭାଇ ଓ ଭଉଣୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ଏ ନେଇ ସେ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଅଭିଯୋଗ ମଧ୍ୟ କରିଥିଲେ ତେବେ ତାହା ଖାରଜ ହୋଇଯାଇଥିଲା। ଏହା ପରେ ମଲ୍ଲିକା ସେସନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ତାଙ୍କ ଆବେଦନ ମଞ୍ଜୁର ହୋଇନଥିଲା।
ଏଣୁ ଶେଷରେ ସେ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ କୋର୍ଟ ମଲ୍ଲିକା ବଳଙ୍କ ଅଭିଯୋଗର ଶୁଣାଣି କରି ପତି ଓ ପରିବାରଙ୍କ ବିରୋଧରେ ଚାର୍ଜ ଫ୍ରେମ କରିଥିଲେ। ଏଥିରେ କୋର୍ଟ ଶ୍ୱଶୁରାଳୟରେ ମଲ୍ଲିକାଙ୍କ ରହିବା ପାଇଁ ଅଲଗା ଘର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତାଙ୍କ ସ୍ୱାମୀ ମଲ୍ଲିକାଙ୍କ ରହିବା ବ୍ୟବସ୍ଥା ନ କରିବାରୁ ସେ ଅଦାଲତ ଅବମାନନା ଅଭିଯୋଗ କରିଥିଲେ। ମଲ୍ଲିକାଙ୍କ ଆବେଦନ ଉପରେ ହାଇକୋର୍ଟ ଅବମାନନା ନୋଟିସ୍ ମଧ୍ୟ ଜାରି କରିଥିଲେ। ଯାହାକୁ ଶୈଲେଶ ଡିଭିଜନ ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ।
ଛତିଶଗଡ଼ ହାଇକୋର୍ଟଙ୍କ ଡିଭିଜନ ବେଞ୍ଚର ବିଚାରପତି ଜଷ୍ଟିସ ପାର୍ଥ ପ୍ରତୀମ ସାହୁ ଓ ଜଷ୍ଟିସ୍ ରଜନୀ ଦୁବେ ମାମଲାର ଶୁଣାଣି କରିଛନ୍ତି। ଏଥିରେ କୋର୍ଟ ବିବାହ ବିଚ୍ଛେଦ ପରେ ପତି ପତ୍ନୀ ଗୋଟିଏ ଘରେ ରହିବା ବ୍ୟବହାରିକ ନୁହେଁ ବୋଲି କହିଛନ୍ତି। ଏହା ଛଡା ମଲ୍ଲିକାଙ୍କ ସ୍ୱାମୀ କହିଛନ୍ତି ଯେ ସେମାନେ ଯେଉଁ ଘରେ ରହୁଛନ୍ତି ତାହା ଖ୍ରୀଷ୍ଟିଆନ ମିସନର ସମ୍ପତ୍ତି। ଏଣୁ କୋର୍ଟ ବିବାହ ବିଚ୍ଛେଦ ପରେ ମହିଳା ଶ୍ୱଶୁର ଘରେ ରହିୁପାରିବେନି ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।