ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋତା ମୃତଦେହ, ହତ୍ୟା ସନ୍ଦେହରେ ସ୍ବାମୀ ଅଟକ

Published By : Prameya-News7 Bureau | July 19, 2025 IST

ବୋରିଗୁମ୍ମା ୧୯୭: ଜଙ୍ଗଲରୁ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ । କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୁର୍ତ୍ତାହାଣ୍ଡି ପଞ୍ଚାୟତ ଆମ୍ବଗାଁ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ସ୍ଵାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ୱାମୀ ଲୋକନାଥ ଯାନୀଙ୍କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୫ ତାରିଖରୁ ନିଖୋଜ ଥିଲେ ମହିଳା । ଉଭୟ ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ନିଜ ଜମିକୁ କାମ କରିବାକୁ ଯାଇଥିବା ବେଳେ ସ୍ତ୍ରୀ ସେଠାରୁ କେଉଁଆଡ଼େ ଚାଲି ଯାଇଥିବା କହିଥିଲେ ମୃତ ମହିଳାଙ୍କ ସ୍ୱାମୀ l ମୃତ ମହିଳାଙ୍କ ବାପା କୋଟପାଡ଼ ଥାନାରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । 

ଜଙ୍ଗଲ ମଧ୍ୟରେ ଗାଈ ଚରାଳି ପଚାସଢା ଦୁର୍ଗନ୍ଧ ହେଉଥିବା ନେଇ ଗ୍ରାମବାସୀଙ୍କୁ ଜଣାଇଥିଲା l ଗ୍ରାମବାସୀ ଓ କୋଟପାଡ଼ ପୋଲିସ ଜଙ୍ଗଲ ମଧ୍ୟରେ ଦୁର୍ଗନ୍ଧ ହେଉଥିବା ସ୍ଥାନରେ ପହଞ୍ଚି ଜଣେ ମହିଳାଙ୍କ ଶବ ମାଟି ତଳେ ପୋତା ହୋଇଥିବା ଦେଖିବାକୁ ପାଇଥିଲେ l ତାଙ୍କ ଶରୀରର ୭୦ ପ୍ରତିଶତ ମାଟି ତଳେ ପୋତି ହୋଇ ରହିଥିବା ବେଳେ, ଗୋଡ଼ ଦୁଇଟି ବାହାରକୁ ଦେଖା ଯାଉଥିଲା ଓ ପଚିସଢ଼ି ଯାଇଥିଲା l କୋଟପାଡ଼ ଥାନା ଅଧିକାରୀ ପରମାନନ୍ଦ ସୁନାନୀ ମହିଳାଙ୍କ ସ୍ୱାମୀଙ୍କୁ ସନ୍ଦେହ କରି ପଚରା ଉଚରା ପରେ ସେ ନିଜେ ହିଁ ନିଜ ସ୍ତ୍ରୀ ହତ୍ୟାକାରୀ ବୋଲି ପୋଲିସ ଜାଣିବାକୁ ପାଇଥିଲା l ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ, ଏସ୍‌ଡିପିଓ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇ ହତ୍ୟାକାରୀ ଜଣେ ନା ଆଉ କିଏ ସଂଶ୍ଳିଷ୍ଟ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କୋଟପାଡ଼ ଥାନା ଅଧିକାରୀ ପ୍ରକାଶ କରିଛନ୍ତି  l

You Can Read:

ହୃଦୟ ବିଦାରକ : ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.