ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭାରତ ବିପକ୍ଷରେ ବିଜୟ ଆସେସଠୁ ବି ବଡ ହୋଇଥାଏ, ଏମିତି କାହିଁକି କହିଲେ ଅଷ୍ଟ୍ରେଲିଆ ଖେଳାଳି

6/02/2023 at 4:41 PM

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳାକୁ ଆଉ କିଛି ଦିନ ବାକି ରହିଛି। କଙ୍ଗାରୁ ଦଳ ବେଙ୍ଗାଲୁରୁରେ ଶିବିର ଲଗାଇ ଜୋରଦାର ଅଭ୍ୟାସ୍ ଚଳାଇଛି। ଫେବୃଆରୀ ୯ରୁ ଆରମ୍ଭ ହେବ ପ୍ରକୃତ ଲଢେଇ। ଏହା ପୂର୍ବରୁ ଅଷ୍ଟ୍ରେଲିଆର ଅନେକ ଖେଳାଳି ସିରିଜ୍‌କୁ ନେଇ ନିଜ ମନର କଥା କହିଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ, ଡେଭିଡ୍ ଓ୍ଵାର୍ଣ୍ଣର ସମେତ ଅନ୍ୟ ଖେଳାଳି ଭାରତରେ ଶୃଙ୍ଖଳା ଜିତିବା ଆସେସଠୁ ବି ବଡ  ବୋଲି କହିଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି। ଯେଉଁଥିରେ ଅଲଗା ଅଲଗା ଖେଳାଳି ନିଜ ଅନୁଭବ ବଖାଣିଛନ୍ତି। କଙ୍ଗାରୁ ଦଳର ଅଧିନାୟକ ପାଟ୍ କମିନ୍ସ କହିଛନ୍ତି ଅଷ୍ଟ୍ରେଲିଆ ପାଇଁ ଏଠାରେ ଶୃଙ୍ଖଳା ଜିତିବା ମୁସ୍କିଲ ହୋଇଥାଏ। ଯଦି ଆମେ ଶୃଙ୍ଖଳା ଜିତିବୁ ତେବେ ଏହା ଐତିହାସିକ ବିଜୟ ହେବ। ଡେଭିଡ୍ ଓ୍ଵାର୍ଣ୍ଣର କହିଛନ୍ତି, ଏହା ଆମ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଯେ, ଦୁନିଆର ସବୁଠୁ ମୁସ୍କିଲ ଏବଂ ଶ୍ରେଷ୍ଠ ସ୍ପିନରଙ୍କ ବିରୋଧରେ ଆମକୁ ଖେଳିବାର ସୁଯୋଗ ମିଳିବ।

ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ କହିଛନ୍ତି ଏହା ଆମ ପାଇଁ ଏକ ଆହ୍ଵନପୂର୍ଣ୍ଣ ଗସ୍ତ। ତଥାପି ଆମ ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ମୁଁ ଆଶା କରୁଛି। ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ କହିଛନ୍ତି ଗୋଟିଏ ପଟେ ଆସେସ୍ ଇତିହାସ ରହିଛି, ଯେଉଁଠି ଆମେ ଜିତି ଆସୁଛୁ। ମାତ୍ର ଭାରତରେ ଶୃଙ୍ଖଳା ଜିତିବା ଦୀର୍ଘ ସମୟ ହୋଇଗଲାଣି।

ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆ ଶେଷ ଥର ଭାରତରେ ୨୦୦୪-୦୫ରେ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ଉକ୍ତ ଶୃଙ୍ଖଳାରେ ଭାରତ ୧-୨ରେ ପରାଜିତ ହୋଇଥିଲା। ଯଦି କୌଣସି ଟେଷ୍ଟ ଶୃଙ୍ଖଳା ଉପରେ ନଜର ପକାଇବା ତେବେ ଅଷ୍ଟ୍ରେଲିଆ ୨୦୧୪-୧୫ରେ ନିଜ ମାଟିରେ ଭାରତକୁ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିଥିଲା। ଏହା ପରଠୁ ଦୁଇ ଦଳ ମଧ୍ୟରେ ତିନି ଥର ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଇଛି ଏବଂ ପ୍ରତି ଥର ଭାରତ ବାଜି ମାରିଛି।

ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଦଳ

ପାଟ୍ କମିନ୍ସ(ଅଧିନାୟକ), ଆଷ୍ଟନ ଏଗର, ଆଲେକ୍ସ କେରି, କ୍ୟାମରୁନ ଗ୍ରୀନ, ପିଟର ହ୍ୟାଣ୍ଡସ୍କମ୍ବ, ଜୋଶ ହେଜେଲଉଡ, ଟ୍ରେଭିସ୍ ହେଡ୍, ଉସ୍ମାନ ଖ୍ଵାଜା, ମାର୍ନସ ଲାବୁସେନ, ନାଥନ ଲିଓନ, ଲାନ୍ସ ମୋରିସ, ଟୋଡ ମର୍ଫି, ମାଥ୍ୟୁ ରେନଶ, ଷ୍ଟିଭ ସ୍ମିଥ୍(ଉପ ଅଧିନାୟକ), ମିଚେଲ୍ ଷ୍ଟାର୍କ, ମିଚେଲ୍ ସ୍ଵେପସନ, ଡେଭିଡ ଓ୍ଵାର୍ଣ୍ଣର।

ଅଷ୍ଟ୍ରେଲିଆର ଭାରତ ଗସ୍ତ

ପ୍ରଥମ ଟେଷ୍ଟ- ଫେବୃଆରୀ ୯ରୁ ୧୩, ନାଗପୁର

ଦ୍ଵିତୀୟ ଟେଷ୍ଟ- ଫେବୃଆରୀ ୧୭ରୁ ୨୧, ଦିଲ୍ଲୀ

ତୃତୀୟ ଟେଷ୍ଟ- ମାର୍ଚ୍ଚ ୧ରୁ ୫, ଧର୍ମଶାଳା

ଚତୁର୍ଥ ଟେଷ୍ଟ- ମାର୍ଚ୍ଚ ୯ରୁ ୧୩, ଅହମ୍ମଦାବାଦ                                                                     

   Related Posts