oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ହାସ୍ୟ ଅଭିନେତା ରାଜୁଙ୍କର ହେଲା ଭର୍ଚୁଆଲ୍ ପୋଷ୍ଟମର୍ଟମ

21/09/2022 at 10:12 PM

ମୁମ୍ୱାଇ ୨୧/୦୯: ସମସ୍ତଙ୍କ ମନ ଜିଣିଥିବା ହାସ୍ୟ କଳାକାର ରାଜୁ ଶ୍ରୀବସ୍ତବଙ୍କର ହେଲା ଭର୍ଚୁଆଲ୍‌ ଶବ ବ୍ୟବଚ୍ଛେଦ। ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଆଧୁନିକ ଜ୍ଞାନ କୌଶଳରେ ରାଜୁଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏବେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଭର୍ଚୁଆଲ୍‌ ଶବ ବ୍ୟବଚଚ୍ଛେଦ କଣ ? ଏହା କିପରି ହୁଏ? ତେବେ ଆସନ୍ତୁ ଜାଣିବା।

ଏହି ପ୍ରକ୍ରିୟାରେ ଶବକୁ ପୁରୁଣା ବ୍ୟବଚ୍ଛେଦ ଶୈଳୀରେ କଟାଯାଏ ନାହିଁ କିମ୍ୱା ଚିରାଯାଏ ନାହିଁ। ଏହା ସମ୍ପୂର୍ଣ୍ଣ ଯନ୍ତ୍ର (ମେସିନ୍‌) ସାହାଜ୍ୟରେ ହୋଇଥାଏ। ଏଥିରେ ମୃତଦେହକୁ ଏମଆରଆଇ ଏବଂ ସିଟି ସ୍କାନ୍‌ମେସିନ୍‌ ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ସ୍କାନ୍‌ କରାଯାଇଥାଏ।ଫଳରେ ସମ୍ପୂର୍ଣ୍ଣ ମୃତଦେହକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଥାଏ। ଏହା କେବଳ କମ୍‌ ସମୟ ମଧ୍ୟରେ ହୋଇନଥାଏ ବରଂ ମୃତ୍ୟୁର କାରଣକୁ ନେଇ ସ୍ପଷ୍ଟ ସୂଚନା ଦେଇଥାଏ।

ଏହାକୁ ଇଂରାଜୀରେ ଭିର୍ଟୋପ୍ସି ବୋଲି କୁହାଯାଏ। ଏହି ଶବ୍ଦ ଇଂରାଜୀ ଶବ୍ଦ ଭର୍ଚୁଆଲ୍‌ ଏବଂ ଅଟୋପ୍ସି ଶବ୍ଦ ମିଶି ତିଆରି ହୋଇଛି। ଏହାକୁ ସାଧାରଣରେ ଭର୍ଚୁଆଲ୍‌ ଅଟୋପ୍ସି ମଧ୍ୟ କୁହାଯାଏ। ଭର୍ଚିୁଆଲ୍ ପୋଷ୍ଟମର୍ଟମକୁ ନେଇ ଧାର୍ମିକ ଭାବନାରେ ମଧ୍ୟ ଆଘାତ ପହଞ୍ଚି ନଥାଏ। କାରଣ ଏଥିରେ ମୃତ ଶରୀରରେ କୌଣସି ଅଂଶ କଟାଯାଏ ନାହିଁ। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଶବ ବ୍ୟବଚ୍ଛେଦ କରିବାକୁ ନାରାଜ ହୁଅନ୍ତି। କାରଣ ସମ୍ପୂର୍ଣ୍ଣ ଶରୀରକୁ ବ୍ୟବଚ୍ଛେଦ ବେଳେ ଡାକ୍ତର ଡାକ୍ତରୀ ଅସ୍ତ୍ର ଦ୍ୱାରା କାଟି ମୃତ୍ୟୁର କାରଣ ଖୋଜନ୍ତି। କିନ୍ତୁ ଏହି ଭର୍ଚୁଆଲ୍‌ ପୋଷ୍ଟମର୍ଟମରେ ଏପରି କିଛି ହୁଏନାହିଁ, ଯାହାଫଳରେ ଧର୍ମକୁ ନେଇ ଯୁକ୍ତି କରୁଥିବା ଲୋକମାନେ ମଧ୍ୟ ତର୍କ କରିପାରିବେ ନାହିଁ।

୨୦୧୮ରେ ମନୁଷ୍ୟ ରୋଗ ସମ୍ୱନ୍ଧୀୟ ଏକ ନିଦାନ ପତ୍ରିକାରେ ଭର୍ଚୁଆଲ୍‌ ଅଟୋପ୍ସିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଏଥିରେ ଚିରାଚରିତ ବ୍ୟବଚ୍ଛେଦ ଏବଂ ଭର୍ଚୁଆଲ୍‌ ପୋଷ୍ଟମର୍ଟମ ମଧ୍ୟରେ ତୁଳନାତ୍ମକ ବିବରଣୀ ପ୍ରକାଶ ପାଇଥିଲା। କିନ୍ତୁ ଦୁଇଟି ଯାକର ରିପୋର୍ଟ ମୋଟାମୋଟି ଏକା ଭଳିଥିଲା। ସେହି ବିବରଣୀ ଅନୁସାରେ ୨୩ ଟି ଭର୍ଚୁଆଲ୍‌ ରିପୋର୍ଟରୁ ୧୫ଟି ରିପୋର୍ଟ ପୁରା ସଠିକ୍‌ ଥିଲା।। ଏପରି ଏକ ଶବ ମଧ୍ୟ ଥିଲା ଯେଉଁଥିରେ ସାଧାରଣ ବ୍ୟବଚ୍ଛେଦ ରିପୋର୍ଟରେ ଯେଉଁ ଫଳାଫଳ ଆସିଥିଲା ସେହି ସମାନ ରିପୋର୍ଟ ମଧ୍ୟ ଭର୍ଚୁଆଲ୍‌ ଅଟୋପ୍ସିରେ ଥିଲା।

ସୂଚନଥାଉକି, ବିଶିଷ୍ଟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ୫୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗତ କିଛି ଦିନ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ରାଜୁଙ୍କ ମୃତ୍ୟୁ ବିଷୟରେ ତାଙ୍କ ପରିବାର ଲୋକ ସୂଚନା ଦେଇଥିଲା।   

   Related Posts