କଲେଜ୍ ଛାତ୍ରୀ ମାନଙ୍କ ଦ୍ୱାରା ହକି ବିଶ୍ୱକପ ପାଇଁ ନିଆରା କାର୍ଯ୍ୟକ୍ରମ ଏବଂ ସହର ପରିକ୍ରମା

Published By : Prameya-News7 Bureau | January 07, 2023 IST

ନୀଳଗିରି: ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ଭାରତର ଜାତୀୟ ଖେଳ ହକିକୁ ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଛାତ୍ରୀ ମାନେ ଜାତୀୟ କ୍ରୀଡା ହକିକୁ ନେଇ ବେଶ ଉତ୍ସାହିତ ଥିବାର ଜଣାପଡିଛି।

ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ମଞ୍ଜୁଶ୍ରୀ ପଣ୍ଡାଙ୍କ ଅନୁମତିକ୍ରମେ ଛାତ୍ରୀମାନଙ୍କ ମଧ୍ୟରେ ଏକ ହକି ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପରେ ପରେ ଛାତ୍ରୀ ମାନଙ୍କ ଦ୍ୱାରା ଅଧ୍ୟାପିକା ମମତା ବରାଳଙ୍କ ପ୍ରତିନିଧିତ୍ଵରେ ଏକ ରାଲି ସହର ପରିକ୍ରମା କରି ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର କରିଥିଲେ । ଏହି ଶୋଭାଯାତ୍ରାରେ ଅଧ୍ୟାପିକା ମୌସୁମୀ ଭୋଳ, ପବିତ୍ରା ବେହୁରିଆ, ସୁଷମା ସିଂହ, ନିରୁପମା ନାୟକ, ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ଅଣଶିକ୍ଷୟତ୍ରୀ  ସୁନିତା ପ୍ରମୁଖ  ଯୋଗଦେଇଥିଲେ । ପାଖାପାଖି ୩୦୦  ଛାତ୍ରୀ ମାନଙ୍କ ଦ୍ୱାରା ସହର ପରିକ୍ରମା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.