ନାଲକୋ ପକ୍ଷରୁ ନିଆରା ପ୍ରୟାସ, ଗଞ୍ଜାମ ପୋଲିସକୁ ପ୍ରଦାନ କଲେ ପିସିଆର ଭ୍ୟାନ

Published By : Prameya-News7 Bureau | September 25, 2022 IST

ଖଲ୍ଲିକୋଟ ୨୫।୯: ନାଲକୋ ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ରବିବାର ଗଞ୍ଜାମ ପୋଲିସଙ୍କୁ ଏକ ପିସିଆର ଭ୍ୟାନ ପ୍ରଦାନ କରଯାଇଛି l ଏହି ଅବସରରେ ରବିବାର ପୂର୍ବାହ୍ନ ସ୍ଥାନୀୟ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ନାଲକୋର ସିଏମଡ଼ି ଶ୍ରୀଧର ପାତ୍ର, ଜିଏମ୍ ଆଶୁତୋଷ ରଥ ଉପସ୍ଥିତ ରହି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଭ୍ୟାନର ଚାବି ପ୍ରଦାନ କରିଛନ୍ତି l

ପରେ ସମସ୍ତଙ୍କ ଉପସ୍ଥିତିରେ ସବୁଜ ପତାକା ଦେଖାଇ ଏହି ଭ୍ୟାନର ଶୁଭାରମ୍ଭ କରିଥିଲେ।  ଏହି ଭ୍ୟାନ୍ ଦ୍ୱାରା ପୋଲିସର ପାଟ୍ରୋଲିଙ୍ଗ ସହ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟତା ହେବ। ଏହି କାର୍ଯ୍ୟକ୍ରମରେ ପୋଲିସ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.