ଜବତ ହେଲା ଗୋରୁ ମାଂସ ବୋଝେଇ ଟ୍ରକ୍‌, ଭଦ୍ରକରୁ ହେଉଥିଲା ଚାଲାଣ

Published By : Prameya-News7 Bureau | November 19, 2023 IST

ଖଲ୍ଲିକୋଟ: ଜବତ ହେଲା ଗୋରୁ ମାଂସ ବୋଝେଇ ଟ୍ରକ୍। ଚମାଖଣ୍ଡି ଥାନା ଅଧୀନ ଆଇଆରଇ ଛକ ନିକଟରେ ଗୋରୁ ମାଂସ ବୋଝେଇ ଏକ ଟ୍ରକ୍‌ ଜବତ କରିଛି ପୋଲିସ। ଏକ କଣ୍ଟେନରେ ଭଦ୍ରକରୁ ହାଇଦ୍ରାବାଦ ଗୋରୁ ମାଂସ ଚାଲାଣ ହେଉ ଥିବାବେଳେ ଖୋର୍ଦ୍ଧାର କିଛି ଯୁବକ ଗାଡ଼ିକୁ ପିଛା କରି କାବୁ କରିଥିଲେ।

ତେବେ ସେଠାରୁ ଗାଡ଼ି ଚାଳକ ଓ ହେଲପର ଫେରାର ହୋଇଥିବା ଜଣାପଡ଼ିଥିବାବେଳେ ଘଟଣା ସ୍ଥଳରେ ପୋଲିସ ଟ୍ରକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ବନ କର୍ମଚାରୀଙ୍କୁ ଚୋରା ବାଲି ମାଫିଆଙ୍କ ଆକ୍ରମଣ, ଥାନାରେ ଅଭିଯୋଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.