ରାସ୍ତା ପାର୍‌ ବେଳେ ଦନ୍ତାକୁ ପିଟିଲା ଟ୍ରକ୍‌, ଛଟପଟ ହୋଇ ଚାଲିଗଲା ଜୀବନ

Published By : Prameya-News7 Bureau | December 26, 2023 IST

ତେଲକୋଇ: ରାସ୍ତା ପାର୍‌ ବେଳେ ଦନ୍ତାକୁ ପିଟିଲା ଆଇରନ୍‌ ବୋଝେଇ ଟ୍ରକ୍। ଏଥିରେ ଦନ୍ତାଟିର ମୃତ୍ୟୁ ହୋଇଛି । ଘଟଣା ଘଟିଛି ୪୯ ନମ୍ବର ଜାତୀୟ ରାଜପଥ କଣ୍ଟାବାହାଳ ନିକଟରେ।

ସୂଚନା ଅନୁଯାୟୀ, ଦନ୍ତା ହାତୀଟି ରାସ୍ତା ପାର୍‌ ହେଉଥିବାବେଳେ କେନ୍ଦୁଝର ପଟୁ ପାଲଲହଡ଼ା ଆଡ଼କୁ ଯାଉଥିବା ଏକ ୧୦ ଚକିଆ ଆଇରନ ବୋଝେଇ ଟ୍ରକ ହାତୀକୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋର୍‌ରେ ହୋଇଥିଲା ଯେ, ହାତୀଟି ରାସ୍ତା କଡ଼କୁ ଛିଟିକି ପଡ଼ିଥିଲା। ଧକ୍କା ଯୋଗୁଁ ହାତୀର ଗୋଟିଏ ଦାନ୍ତ ଭାଙ୍ଗିଯିବା ସହ ଗୁରୁତର ଆହତ ହୋଇଥିଲା । ଆଉ କିଛି ସମୟ ମଧ୍ୟରେ ମୃତ୍ୟୁ ଘଟିଥିଲା। ସେପଟେ ଖବର ପାଇଁ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଟ୍ରକ୍‌କୁ ଅଟକ ରଖିଛି।

ଆହୁରି ପଢ଼ନ୍ତୁ: ଧାନ ରଖିବାକୁ ନେଇ ୨ ଚାଷୀଙ୍କ ମଧ୍ୟରେ ପାଟିତୁଣ୍ଡ, ଛୁରାମାଡରେ ଜଣେ ଚାଷୀ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.