ଭୁବନେଶ୍ଵର: ଆସନ୍ତା ୨୪ ଘଣ୍ଟାରେ ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କଲା ପାଣିପାଗ କେନ୍ଦ୍ର । ଓଡିଶା ଉପରେ ଏକ ଟ୍ରପ୍ ଲାଇନ୍ ରହିଛି । ସେପଟେ ଦୁର୍ବଳ ହୋଇ ଲଘୁଚାପ ଘୁର୍ଣ୍ଣିବଳୟ ଭାବେ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିବାରୁ ଏହାରି ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି । ସେପଟେ
ଦକ୍ଷିଣ ଦିଗରୁ ବଙ୍ଗୋପ ସାଗରରୁ ଜଲୀୟବାଷ୍ପ ପୂର୍ଣ ବାୟୁ ଓଡିଶା ଉପକୂଳକୁ ଆସୁଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ରୁ ମଧ୍ୟମ ବର୍ଷା ସହ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ରାଜ୍ୟରେ ଜାରି ରହିବ। ପ୍ରବଳ ବର୍ଷାକୁ ନେଇ ୨୧ ଜିଲ୍ଲା ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ,ଖୋର୍ଦ୍ଧା, ନୟାଗଡ଼ ,ଗଂଜାମ ,ଗଜପତି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ,ମୟୁରଭଞ୍ଜ ,କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ,ବରଗଡ଼ ,ନୂଆପଡା ଓ ବଲାଙ୍ଗୀର କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଆସନ୍ତା କଲି ଠାରୁ ଆଉ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ନଥିବା ବେଳେ ୨୮ ରୁ ବର୍ଷାର ପରିମାଣ କମିବାର ସମ୍ଭାବନା ଦେଇଛି ବିଭାଗ। କିନ୍ତୁ ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ସେପଟେ ବର୍ଷାକୁ ନେଇ ଆଗାମୀ ୭ ଦିନ ଯାଏଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ହେବ ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।
ସେପଟେ ପାଣିପାଗ ବିଜ୍ଞାନି କହିଛି ଓଡ଼ିଶା ଉପରେ ଦକ୍ଷିଣ _ଦକ୍ଷିଣ ପଶ୍ଚିମ ଦିଗରୁ ମୌସୁମୀ ବାୟୁ ପ୍ରଭାବିତ ହେଉଛି । ଘଣ୍ଟା ପ୍ରତି ପବନର ବେଗ ୪୫ କିଲୋମିଟର ରହୁଛି । ଯାହା ଫଳରେ ଜଳୀୟ ବାଷ୍ପର ମାତ୍ରା ଅଧିକ ରହୁଛି । ଏହି ସମୟରେ ଉତ୍ତର ଓଡ଼ିଶା,ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ସମେତ ବିହାରରୁ ବାୟୁ କୋଲକାତା ମୁହାଁ ହେଉଛି । ଯାହାଦ୍ବାରା ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହୁଛି । ଯଦିଓ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । । କିନ୍ତୁ ଅଧିକ ବର୍ଷା କେଉଁଝର, ମୟୂରଭଞ୍ଜ, ବାଲେଶ୍ଵର,ଭଦ୍ରକ ଯାଜପୁର, ଢେ଼ଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ଏଭଳି ସ୍ଥିତି ଆସନ୍ତା କାଲି ଯାଏଁ ମଧ୍ୟ ଜାରୀ ରହିବ । ୨୮ ରୁ ବର୍ଷାର ପରିମାଣ କମିବ ପାଗରେ ପରିବର୍ତ୍ତନ ଆସିବ ।
ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୭୨.୦ ମିମି ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୫ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୧୩୦.୭ ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ପୁରୀ ଓ ଭଦ୍ରକ ରେ ଅଧିକ ନିଅଁଟିଏ ରହିଛି। ସେପଟେ ଗତ ୨୪ ଘଂଟାରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ୧ ସ୍ଥାନରେ ଅତି ପ୍ରବଳ ୧୧ ଟି ସ୍ଥାନରେ ପ୍ରବଳ ଵର୍ଷା ରେକର୍ଡ ହୋଇଛି। ଏହି କ୍ରମରେ ଅନୁଗୁଳ ତାଳଚେରରେ ସର୍ବାଧିକ ୧୫୫.୦୦ ମିମି ବର୍ଷା ରେକର୍ଡ ହୋଇଛି।