ସାଇକେଲଠୁ ବି ଧିମା ଟ୍ରେନ୍‌, ଜାଣନ୍ତୁ କେଉଁଠି ଗଡୁଛି ଏହି ରେଳ

Published By : Prameya-News7 Bureau | January 16, 2023 IST

ନୂଆଦିଲ୍ଳୀ ୧୬।୦୧: ଭାରତୀୟ ରେଳକୁ ଦେଶର ଲାଇଫ୍‌ ଲାଇନ ବୋଲି ମଧ୍ୟ କୁହାଯାଏ । ଦେଶର ଜନସଂଖ୍ୟାର ଏକ ବହୁତ ବଡ଼ ଭାଗ ପ୍ରତିଦିନ ଟ୍ରେନ୍‌ରେ ଯାତାୟାତ କରିଥାନ୍ତି । ଏଣିକି ଅତ୍ୟାଧୁନିକ ଏବଂ ହାଇସ୍ପିଡ୍‌ ଟ୍ରେନ୍‌ ଚଳାଚଳ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଅଧିକାଂଶକୁ ଏହା ପ୍ରାୟ ଜଣା ନ ଥିବ ଯେ ଭାରତୀୟ ରେଲୱେ ଏକ ଏପରି ଟ୍ରେନ୍‌ ସଞ୍ଚାଳନ କରୁଛି ଯାହାର ଗତି ସାଇକେଲଠାରୁ ବି ଧିମା । ଭାରତର ସବୁଠୁ ଧିମା  ଟ୍ରେନ୍‌ର ନାଁ ମେଟ୍ଟପଲାୟମ୍‌ ଉଟି ନୀଳଗିରି ପାସେଞ୍ଜର ଟ୍ରେନ୍‌ । 

ଏହାର ବେଗ ଘଣ୍ଟାପ୍ରତି ୧୦ କିଲୋମିଟରରୁ କମ୍‌ । ଏହା ଏକ ଟଏ ଟ୍ରେନ୍‌ ଯାହା କି ବାଷ୍ପଚାଳିତ । ତାମିଲନାଡ଼ୁର ଉଟିର ସୁନ୍ଦର ପାହାଡ଼ ଏବଂ ଘନ ଜଙ୍ଗଲ ଭିତରେ ଚାଲୁଥିବା ଏହି ଟ୍ରେନ୍‌ ପର୍ଯ୍ୟଟକଙ୍କୁ ବେଶ୍‌ ପସନ୍ଦ ଆସିଥାଏ । ରିପୋର୍ଟ ଅନୁସାରେ, ଟ୍ରେନ୍‌ଟି ୪୬ କିଲୋମିଟର ଯାତ୍ରା କରିବାକୁ ପ୍ରାୟ ୫ ଘଣ୍ଟା ସମୟ ନେଇଥାଏ । ଯାତ୍ରାବେଳେ ଟ୍ରେନ୍‌ଟି ଅନେକ ସ୍ଥାନରେ ରହିଥାଏ । କୁହାଯାଏ ଯେ ବ୍ରିଟିଶମାନେ ନୀଳଗିରି ପର୍ବତରେ ରେଳପଥ ନିର୍ମାଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.