ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନିଅ ନାହିଁ ହାଲୁକାରେ; ୫୦ ବର୍ଷରେ ସବୁଠୁ ବଡ଼, ଦିନ ହୋଇଯିବ ରାତି

Published By : Prameya-News7 Bureau | April 03, 2024 IST

ନୂଆଦିଲ୍ଲୀ: ହୋଲି ଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଏହାପରେ ଏବେ ୨୦୨୪ର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ୍ ୮ ସୋମବାର ଲାଗିବ । ଧର୍ମ ଏବଂ ଜ୍ୟୋତିଷରେ ସୂର୍ଯ୍ୟ ପରାଗ ସହ ଜଡ଼ିତ ଅନେକ ମାନ୍ୟତା ରହିଛି । କିନ୍ତୁ ବିଜ୍ଞାନରେ ଏହାକୁ ଖଗୋଳିକ ଘଟଣା କୁହାଯାଏ, ଯାହାକୁ ନେଇ ଲୋକେ ସବୁବେଳେ ଉତ୍ସାହିତ ରହିଥାନ୍ତି । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ପରାଗ ମୋଟ ୪ ଘଣ୍ଟା ୨୫ ମିନିଟ୍ ଯାଏ ରହିବ । ଯାହା ଗତ ୫୦ ବର୍ଷରେ ସବୁଠୁ ଲମ୍ୱା ଅବଧି ଯାଏ ରହିବ । ଏହା ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ । ତେବେ ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, କିନ୍ତୁ ଆମେରିକାରେ ଏହାକୁ ସଂପୂର୍ଣ୍ଣ ଦେଖା ଯାଇପାରିବ । ଏହି ସୂର୍ଯ୍ୟ ପରାଗକୁ ନେଇ ଆମେରିକାରେ ବିଶେଷ ପ୍ରସ୍ତୁତି କରାଯାଉଛି ।

ଭାରତୀୟ ସମୟ ଅନୁସାରେ ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୮ ରାତି ୯ଟା ୧୨ ମିନିଟରେ ଆରମ୍ଭ ହୋଇ ରାତି ୧.୨୫ ମିନିଟରେ ଶେଷ ହେବ । ଆମେରିକା ସମୟ ଅନୁସାରେ ଏହି ପରାଗ ଅପରାହ୍ଣ ୨ଟା ୧୫ ମିନିଟରୁ ଆରମ୍ଭରେ ହେବ । ପୂର୍ଣ୍ଣ ସୂର୍ଯ୍ୟ ପରାଗର ଅବଧି ୪ ଘଣ୍ଟା ୨୫ ମିନିଟ୍ ଯାଏ ରହିବ । ଏଥିରୁ ପ୍ରାୟ ୮ ମିନିଟ୍ ଯାଏ ସାରା ଦୁନିଆରେ ଅନ୍ଧାର ଖେଳିଯିବ । ଭାରତ ବ୍ୟତୀତ ଦୁନିଆର ଅନେକ ଦେଶରେ ଏହାକୁ ଦେଖା ଯାଇପାରିବ । ଆମେରିକାର ଉତ୍ତର ଭାଗରେ ଏହି ସୂର୍ଯ୍ୟ ପରାଗକୁ ସ୍ପଷ୍ଟ ଦେଖାଯାଇ ପାରିବ ।

ପଢନ୍ତୁ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ ?

ସୂର୍ଯ୍ୟ ପରାଗ ପାଇଁ ଆମେରିକାରେ ବିଶେଷ ପ୍ରସ୍ତୁତି କରାଯାଉଛି । ଆମେରିକାର ଅନେକ ରାଜ୍ୟରେ ଏପ୍ରିଲ ୮ରେ ସ୍କୁଲ୍ ବନ୍ଦ ରହିବ । ସେହିପରି ନାଗରିକଙ୍କୁ ପରାଗ ସମୟରେ ଘରେ ରହିବା ପାଇଁ କୁହାଯାଇଛି । ଏପ୍ରିଲ ୮ରେ ହେବାକୁ ଥିବା ସୂର୍ଯ୍ୟ ପରାଗକୁ ନେଇ ଆମେରିକାରେ ଉତ୍ସାହ ସହ ଭୟର ମାହୋଲ ରହିଛି । ଆମେରିକାର ଅନେକ ଅଞ୍ଚଳରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି । ଆମେରିକାରେ ଲୋକଙ୍କୁ ଖାଦ୍ୟ ଏବଂ ଗ୍ୟାସ୍ ପରି ଜରୁରୀ ସାମଗ୍ରୀ ମହଜୁତ ରଖିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.