ଭୁଷୁଡିଲା ତିନି ମହଲା କୋଠା, ଭଙ୍ଗା ଘର ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ !
8/02/2020 at 3:48 PM

ମୋହାଲି ୦୮।୦୨: ଭୁଷୁଡିଲା ତିନି ମହଲା କୋଠା । ପଞ୍ଜାବର ମୋହାଲି ଜିଲ୍ଲାରେ ତିନି ମହଲା କୋଠା ଭୁଷୁଡିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ନିୟୋଜିତ ଅଛନ୍ତି । ଅନେକ ଲୋକ ତଳେ ଚାପି ହୋଇରହିଥିବା ଆଶଙ୍କା ।

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅପରାହ୍ନ ସମୟରେ ହଠାତ୍ ତିନି ମହଲା ବିଶିଷ୍ଠ କୋଠାଟି ଭୁଷୁଡି ପଡିଛି । କୋଠା ତଳେ କାମ କରୁଥିବା ଏକ ଜେସିବି ମେସିନ ଓ କର୍ମଚାରୀ ମଧ୍ୟ ତଳେ ଚାପି ହୋଇ ରହିଯାଇଛନ୍ତି । କୋଠା ତଳେ ଅନେକ ଲୋକ ମଧ୍ୟ ତଳେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ , ସ୍ଥାନୀୟ ପୋଲିସ , ରାଜ୍ୟ ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ମିଳିନାହିଁ ।
Related Posts
ମହିଳା ବଦଳରେ ପୁରୁଷ ହୋଇଗଲେ ଗର୍ଭବତୀ, ମାର୍ଚ୍ଚ ମାସରେ ଆସିବ ନୂଆ ଅତିଥି
7 February 2023