ପୁରୀ: ଘୋଷଯାତ୍ରାରେ ଆଡ଼ପ ପହଣ୍ଡି ବିଭ୍ରାଟ ପ୍ରସଙ୍ଗ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କଲେ ୩ ଜଣିଆ ତଦନ୍ତ କମିଟି। ରିପୋର୍ଟକୁ ନେଇ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହେବ ଏବଂ ଆଲୋଚନା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ସୂଚନାଥାଉକି, ଗତ ମାସ ୯ ତାରିଖରେ ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁ ବଡ଼ ଠାକୁର ରଥ ଚାରମାଳ ଉପରୁ ଖସି ପଡ଼ିଥିଲେ। ସେବାୟତଙ୍କ ଏହି ଦାୟିତ୍ୱହୀନତା ଓ ପ୍ରଶାସନର ଖାମଖିଆଲି କାର୍ଯ୍ୟ ଦେଖି ସମଗ୍ର ବିଶ୍ୱର ଜଗନ୍ନାଥ ପ୍ରେମୀ ଦୁଃଖିତ ହୋଇଥିଲେ । ଭକ୍ତଙ୍କ ଭାବାବେଗ ଉପରେ ଆଘାତ ଲାଗିଥିଲା ।
ଆଉ ଘଟଣାରେ ତଦନ୍ତ ଅନୁଯାୟୀ, ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ତିନି ଜଣିଆ କମିଟି ଦଇତାପତି, ପୂଜାପଣ୍ଡା ଓ ପୁଷ୍ପାପାକଙ୍କ ପଚରାଉଚରା କରିଥିଲା। ଘଟଣାକୁ ନେଇ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ରଙ୍କ ପ୍ରତିକ୍ରିୟା ରଖି କହିଥିଲେ, ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ଥିଲା ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ଓ ଅତ୍ୟଧିକ ସେବାୟତ ଚଢିବା।