ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ପାରାଗୁଏ ନିର୍ବାଚନ ଅଫିସରେ ଭୟାବହ ଅଗ୍ନିକାଣ୍ଡ, ପୋଡି ପାଉଁଶ ହୋଇଗଲା ହଜାର ସଂଖ୍ୟକ ଭୋଟିଂ ମେସିନ

30/09/2022 at 6:38 PM

ନୂଆଦିଲ୍ଲୀ: ପାରାଗୁଏର ନିର୍ବାଚନ ସୁପେରିୟର କୋର୍ଟ(ନିର୍ବାଚନ ଅଫିସ) ରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହଜାର ସଂଖ୍ୟକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ପୋଡି ପାଉଁଶ ହୋଇ ଯାଇଛି। ସବୁଠୁ ବଡ କଥା ଦକ୍ଷିଣ ଆମେରିକାର ଏହି ଦେଶରେ ଦୁଇ ମାସ ପରେ ରାଷ୍ଟ୍ରପତି ନିର୍ବାଚନର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ଅଧିକାରୀ କହିଛନ୍ତି, ଅଗ୍ନିକାଣ୍ଡରେ ୮୫୦୦ ଇଲେକ୍ଟୋରାଲ୍ ମେସିନ, ନୋଟବୁକ୍ସ, ନିର୍ବାଚନୀ ଉପକରଣ ଆଦି  ନଷ୍ଟ ହୋଇଯାଇଛ। ତଥାପି ଡିସେମ୍ବରରେ ନିର୍ଦ୍ଧାରିତ ଯୋଜନା ଅନୁସାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନ୍ୟାୟିକ ସଂସ୍ଥାର ସଭାପତି ଜେମିଏ ବେଷ୍ଟାର୍ଡ କହିଛନ୍ତି।

କୋର୍ଟର ଦୁଇ ଜଣ ଅଧିକାରୀ ନିଖୋଜ ଅଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କର ସନ୍ଧାନ ଜାରି ରହିଥିବା ଜାତୀୟ ପୋଲିସ  ମୁଖ୍ୟ  ଗିଲବାର୍ଟୋ  ଫ୍ଲେଇଟସ୍ କହିଛନ୍ତି। ପାଖାପାଖି ୩୦୦ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରୁ ପାଖାପାଖି ୬ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଛି।

ଲିବେରାଲ ପାର୍ଟିର ବିରୋଧୀ ଦଳ ନେତା ଗ୍ଵିଲରମୋ ଫେରିରୋ କହିଛନ୍ତି ଅଗ୍ନିକାଣ୍ଡ ଘଟଣା ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି। ଘଟଣା ପୂର୍ବରୁ ଭଙ୍ଗାରୁଜା ହୋଇଥିବା ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସେ କହିଛନ୍ତି। କୋର୍ଟର ମୁଖପାତ୍ର ଲୁଇସ୍ ଅଲବରଟୋ ମାଉରୁ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିନଥିଲେ ବି ଘଟଣାରେ ଏ ପର୍ଯ୍ୟନ୍ତ- କୌଣସି ପ୍ରମାଣ ମିଳିନଥିବା ସେ କହିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଆମକୁ ତଦନ୍ତ ଲାଗି ଆଉ କିଛି ସମୟ ଦରକାର। ପାରାଗୁଏରେ ପ୍ରାଥମିକ ନିର୍ବାଚନ ଡିସେମ୍ବର ୧୮ରେ ଅନୁଷ୍ଟିତ ହେବା ସହ  ସାଧାରଣ ରାଷ୍ଟ୍ରପତି ନିର୍ବାଚନ ୨୦୨୩ ଏପ୍ରିଲ ୩୦ରେ ହେବ।

   Related Posts