scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭୀମସାରରେ MKCG ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ : ୪ ଜଣିଆ ଟିମ୍ ଗଠିତ

6/07/2023 at 4:11 PM

MKCG Mesical Student

ସମ୍ବଲପୁର ୬।୭: ସମ୍ବଲପୁର ବୁର୍ଲା ସ୍ଥିତ ଭୀମସାରରେ ଏମକେସିଜି ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୪ ଜଣିଆ ଟିମ୍ ଗଠିତ ହୋଇଛି ।  ଭୀମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ବର୍ଷା ଟୁଡୁ ୪ ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ୨ ସପ୍ତାହ ମଧ୍ୟରେ ତଦନ୍ତ କରି ନିର୍ଦ୍ଦେଶକଙ୍କୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିବେ । ଏହି କମିଟିରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଣ୍ଡା, ପ୍ରଫେସର ମମତା ସୋରେନ, ପ୍ରଫେସର ସତ୍ୟସାଇ ପଣ୍ଡା, ପ୍ରଫେସର ମାଳତୀ ମୁର୍ମୁ ରହିଛନ୍ତି । ଏହି ଘଟଣାରେ ବୁର୍ଲା ଥାନାରେ ଅଭିଯୋଗ ପରେ ଡିନ୍ ପ୍ରିନ୍ସିପାଲ ଡାକ୍ତର ଜୟଶ୍ରୀ ଦୋରା ଛୁଟିରେ ଗଲେ । ଜୟଶ୍ରୀ ଦୋରାଙ୍କ ଛୁଟିକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ଏମକେସିଜି ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ଭୀମସାରରେ ଆକ୍ରମଣ ଘଟଣାରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି । ଭୀମସାର ଡିନ୍ ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରିଥିବା ସମ୍ବଲପୁର ଏସ୍‌ପି କହିଛନ୍ତି । ଏମକେସିଜି ଛାତ୍ରଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ସେନେଇ ତଦନ୍ତ କରିବାକୁ ଡିନ୍ ପ୍ରିନ୍ସିପାଲ ଏତଲାରେ ଉଲ୍ଲେଖ କରିଛନ୍ତି । ଭାଇରାଲ ଭିଡିଓ ଆଧାରରେ ଛାତ୍ରଙ୍କୁ ଚିହ୍ନଟ କରାଯିବ । ବୁର୍ଲା ପୋଲିସ ଏହି ଘଟଣାରେ ପଚରାଉଚରା ଆରମ୍ଭ କରିଥିବା ଏସପି କହିଛନ୍ତି ।

ତେବେ ୪ରୁ ଆରମ୍ଭ ହୋଇ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବୁର୍ଲା ଭୀମସାରରେ କ୍ରୀଡା, ସାଂସ୍କୃତିକ ଆନ୍ତଃ କଲେଜ ଉତ୍ସବ ଇଉଫୋରିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକ ବସ୍‌ରେ ଯାଇଥିଲେ ଏମକେସିଜି ମେଡିକାଲ କଲେଜର ଛାତ୍ରଛାତ୍ରୀ । ହେଲେ ସେଠାରେ ପହଞ୍ଚିବା ପରେ କୌଣସି କଥାକୁ ନେଇ ଏମକେସିଜି ଛାତ୍ରଛାତ୍ରୀଙ୍କ ବସ୍‌ ଭାଙ୍ଗିବା ସହ ସେମାନଙ୍କ ଉପରକୁ ଭୀମସାର ଛାତ୍ରଗୋଷ୍ଠୀ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ଏପରିକି ଅଗ୍ନିନିର୍ବାପକ ଯନ୍ତ୍ର ବାହାର କରି ଛାତ୍ରଛାତ୍ରୀ ମୁହଁରେ ମାରିବାରୁ ଏମକେସିଜିର ଜଣେ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବୁଧବାର ସକାଳେ ଏମକେସିଜିରର ସମସ୍ତ ଛାତ୍ରଛାତ୍ରୀ ବ୍ରହ୍ମପୁରରେ ପହଞ୍ଚିଥିଲେ । ସମସ୍ତେ ସୁସ୍ଥ ଥିବା ଏମକେସିଜି ଅଧ୍ୟକ୍ଷ କହିଥିଲେ । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ ଭୀମସାର କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିବା କହିଥିଲେ । ଭୀମସାର ଅଧ୍ୟକ୍ଷ ଘଟଣାକୁ ନେଇ ମର୍ମାହତ ଥିବା ଏମକେସିଜି ଅଧ୍ୟକ୍ଷ କହିଛନ୍ତି । ତେବେ ଏହି ଘଟଣାରେ ଏମ୍‌କେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ମାନବାଧିକାର ଉଲ୍ଲଂଘନ ହୋଇଥିବା ନେଇ ବ୍ରହ୍ମପୁରର ଜଣେ ମାନବାଧିକାର କର୍ମୀ ଏକ ପିଟିସନ୍ ଦାଖଲ କରିଛନ୍ତି । 

You Can Read :

   Related Posts